ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ଗେଟ୍ ପୂର୍ବରୁ ଥିବା କେନାଲ ବ୍ରିଜ୍ ତଳେ ଆଜି ସକାଳୁ ଜଣେ ମୃତଦେହର ଭାସୁଛି ଶବ। ଶବକୁ ଦେଖି ବ୍ରିଜ୍ ଉପରେ ଜନ ଅରଣ୍ୟ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶ୍ରମ ବାହିନୀ ଦ୍ଵାରା ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଘଟଣାରୁ ପ୍ରକାଶ, ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ୍ ଗ୍ରାମର ରାଧୁ ନାଏକ (୫୫) ଦେହ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଗତକାଲି ନିଜ ସ୍ତ୍ରୀ ଓ ସାନ ଝିଅ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଡ଼ାକ୍ତରଙ୍କ ପରାମର୍ଶ ନେଇ ଔଷଧ ପତ୍ର ଆଣିବା ଭିତରେ ସଂଧ୍ୟା ହୋଇଯିବାରୁ ନିକଟସ୍ଥ ବେଶାଳିଆ ଗ୍ରାମରେ ଥିବା ଭାଉଣୀ ରମ୍ଭା ନାଏକ, ସ୍ଵାମୀ ଶେଷ ନାଏକଙ୍କ ଘରକୁ ରାତ୍ରିଯାପନ ପାଇଁ ଚାଲି ଯାଇଥିଲେ। ରାତିରେ ରାଧୁଙ୍କୁ ଝାଡ଼ା ଲାଗିବାରୁ ସ୍ଵଚ୍ଛ ହେବାକୁ ବାହାରକୁ ଯାଇଥିଲେ। ବହୁ ସମୟ ଧରି ନ ଫେରିବା ପରେ ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ ।
ସକାଳେ ନିକଟସ୍ଥ କେନାଲ ପାଣିରେ ମୃତଦେହ ଭାସୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇଥିଲେ। ତେବେ ବ୍ୟକ୍ତି ଜଣଙ୍କର ସ୍ୱଚ୍ଛ ହେବାକୁ ଯାଉଥିବା ସମୟରେ ଗୋଡ ଖସିଯାଇ ମୃତ୍ୟୁବରଣ କରିଥିବା ଅଞ୍ଚଳରେ ଅନୁମାନ କରାଯାଉଛି।ଆଜକୁ ପାଞ୍ଚବର୍ଷ ଧରି ମୋ ସ୍ଵାମୀ ମାନସିକ ରୋଗାକ୍ରାନ୍ତ ହୋଇ ଏଣେ ତେଣେ ବୁଲନ୍ତି ବୋଲି ନିଜ ଏତଲାରେ ଦର୍ଶାଇଛନ୍ତି ସ୍ତ୍ରୀ ରଞ୍ଜୁ ନାଏକ (୪୦)।ଯାହାକୁ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ( ରିପୋର୍ଟ୍ ଅମର ରଞ୍ଜନ ଦାସ)