ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର) ବାଲେଶ୍ୱର :- ବାଲେଶ୍ୱର ସଦର ଉପନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ଭୋଟର । କହିଲେ, ୨୦୧୯ ଭୋଟ ବେଳେ ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଥିଲେ, ଜିତିବା ପରେ ଦିଲ୍ଲୀ ଚାଲିଗଲେ । ହେଲେ ଏଥର ଆଉ କାମ କରିବ ନାହିଁ ମିଛ ପ୍ରତିଶ୍ରୁତି । ଜନତା ଭାବି ଚିନ୍ତି ନେତା ବାଛିବେ । ସେପଟେ ଜନତାଙ୍କ ପ୍ରଶ୍ନର ଉତର ରଖି ମନ୍ତ୍ରୀ କହିଛନ୍ତି ସେ ସାରା ଦେଶର ମନ୍ତ୍ରୀ, କେବଳ ବାଲେଶ୍ୱରର ନୁହେଁ । ତେଣୁ ସବୁ ବେଳେ ସବୁ ସ୍ଥିତିରେ ବାଲେଶ୍ୱରରେ ପହଂଚିବା ସମ୍ଭବ ହେଉନାହିଁ ।
ଉପନିର୍ବାଚନ ପାଇଁ ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଘର ଘର ବୁଲି ଭୋଟ ପାଇଁ ଲୋକଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି । ସେହିପରି ଲୋକମାନେ ମଧ୍ୟ ନେତାମାନଙ୍କୁ ପାଖରେ ପାଇ ପ୍ରଶ୍ନ କରୁଛନ୍ତି । ଏଥର ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ବେଣୁଧର ବାରିକ ଚର୍ଚ୍ଚାରେ ରହିଛନ୍ତି । ସେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଅଧିକ ବୟସ୍କ ପ୍ରାର୍ଥୀ । ତାଙ୍କ ପାଇଁ ଅଭିନେତ୍ରୀ ରାନୀ ପଣ୍ଡା, ରାନୀ ପ୍ରିୟଦର୍ଶିନୀ ଆସି ପ୍ରଚାର କରିଛନ୍ତି । (ଦୀପ୍ତିମାନ ପତି /ବାଲେଶ୍ୱର)