ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ରାଜ୍ୟରେ ସହରାଞ୍ଚଳର ଭିତ୍ତିଭୂମି ଉନ୍ନତିକରଣ ତଥା ସାମଗ୍ରିକ ବିକାଶ ପାଇଁ ମୋ ସରକାର “ଉନ୍ନତି” ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ମୁନିସିପାଲିଟିର ପ୍ରତ୍ୟେକ ୱାର୍ଡ଼ ପାଇଁଁ ୨୫ ଲକ୍ଷ ଟଙ୍କା ହିସାବରେ ଅଞ୍ଚଳର ସୌନ୍ଦର୍ଯ୍ୟ ଓ ମୌଳିକ ଭିତ୍ତିଭୂମି ବାବଦରେ ଯୋଗାଇ ଦିଆଯାଉଅଛି । କିନ୍ତୁ ଢେଙ୍କାନାଳ ସହରର ସୌନ୍ଦର୍ଯ୍ୟ ବଢାଉଥିବା ଐତିହାସିକ କୁଞ୍ଜକାନ୍ତ ନାମକ ପୁଷ୍କରିଣୀଟି ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରୁନି । ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଆଜି ଏହି ଉନ୍ନତି ଯୋଜନାରୁ ବଞ୍ଚିତ ଥିବାବେଳେ ଏବେ ଆଗକୁ ପୂଜା ପାର୍ବଣ ଆସୁଥିବା ଦେଖି ବିସର୍ଜନ କୁଣ୍ଡ ପୁନଃଉଦ୍ଧାରରେ ନାଁରେ ଅବହେଳିତ କୁଣ୍ଡରୁ ମାଟି ଖୋଳାହୋଇ ସହରର ସୁନ୍ଦର ଐତିହାସିକ ପୁଷ୍କରିଣୀକୁ ପୋତା ଚାଲିଛି । ଏଥିରେ କାର୍ଯ୍ୟ କରାଉଥିବା ଅଧିକାରୀଙ୍କ ଏ ବାବଦରେ ଦକ୍ଷତା ନଥିବା ସ୍ପଷ୍ଟ ପ୍ରମାଣ ମିଳୁଛି । ଯାହାକି, ଅଞ୍ଚଳର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । (ରିପୋର୍ଟ ଅମର ରଞ୍ଜନ ଦାସ)