ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ହିଞ୍ଜିଳିକାଟୁ :- ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋର ସୋରରେ ଚାଲିଥିବା ଜଣାପଡ଼ିଛି । ସୋମବାର ରାତିରେ ହିଞ୍ଜିଳି ଥାନା ନିମିଗାଁ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ ହଜାର ୮ ଶହ ଟଙ୍କା ସମେତ ୩ଟି ମୋବାଇଲ ଫୋନକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୭୪/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ଥାନା ଅଂଚଳରେ ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଥାନା ଆଇଆଇସି ଙ୍କ ତତ୍ୱାଧାନରେ ୬ଜଣ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଚଢାଉରେ ଥାନା ଏସ.ଆଇ. ବାସୁଦେବ ଭୋଇ , ଡ଼ି.ମୋହନ , ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ , କନେଷ୍ଟବଳ ରାମଚନ୍ଦ୍ର ପ୍ରଧାନ , ବସନ୍ତ ଉପାଧ୍ୟାୟ , କେଦାରନାଥ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ଶୁସାନ୍ତ ପ୍ରଧାନ )