ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ତିର୍ତ୍ତୋଲ :- ଜଗତସିଂହପୁର ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା । ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ । ଜଗନ୍ନାଥପୁର ପଞ୍ଚାୟତ ମୁକଳ ଗ୍ରାମ ୱାର୍ଡ ନମ୍ବର – ୧୧,୧୨,୧୩ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ସମ୍ମିଳନୀରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କଂଗ୍ରେସ ଦଳ ଛାଡ଼ି ୮ ଜଣ ମୁସଲିମ ସମ୍ପ୍ରଦାୟର ନେତା ସେମାନଙ୍କ ୧୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଦଳର ବରିଷ୍ଠ ନେତା ଲୋକମାନଙ୍କୁ ଦଳୀୟ ମାସ୍କ, ଚାବି ରିଂ ପ୍ରଦାନ କରିଥିଲେ । ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବିପୁଳ ଭୋଟ ଦେଇ ଜିତିବାକୁ ଅନୁରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମୁଜିବୁଲା ଖାଁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦିଲୀପ ପଣ୍ଡା, ବିଜୁ ଯୁବ ଜନତା ଦଳ ସମ୍ପାଦକ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡି ଉପସଭାପତି କମଲ୍ ଜ୍ୟୋତି ଦାସ,
ଛାତ୍ର ବିଜେଡି ନେତା ଦେବେଶ ଦାସ, ରାଜେନ୍ଦ୍ର କୁମାର ସାହୁ (ପିଙ୍କନ୍), ଅମରେଶ ମହାପାତ୍ର, ଅନନ୍ତ ରେଡ୍ଡୀ, ସନ୍ଧ୍ୟା ରାଣୀ ମହାପାତ୍ର, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ସିଲାରଣୀ ଖଣ୍ଡୁଆଲ, ସରପଞ୍ଚ ପ୍ରତିନିଧି ଅଦେତ୍ୟ ଖଣ୍ଡୁଆଲ, ସ୍ଥାନୀୟ ବରିଷ୍ଠ ନେତା ଗଗନ ଖଣ୍ଡୁଆଳ, ଶରତ ଦାସ, ଆଶିଷ ଦାସ, ସୁଜାତ୍ ଅଲ୍ଲୀ, ସବିର୍ ସମେତ ବିଜେଡିର ୫୦୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ, ଯୁବ ଓ ଛାତ୍ର ଯୋଗ ଦେଇଥିଲେ । (ତିର୍ତୋଲ /ଭାସ୍କର ପଟ୍ଟନାୟକ )