ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ରଣପୁର :- ରଣପୁର ଏନ୍.ଏ.ସି ରେ ଜୈନିକ ବ୍ୟକ୍ତି ଙ୍କ ଘରୁ ନାବାଳିକା ବାହାରି ଅନ୍ୟତ୍ର ପଳାଇ ଯାଇଥିଲେ ବୋଲି ଥାନା ରେ ଜୈନିକ ସାମ୍ବାଦିକ ନାବାଳିକା ଙ୍କ ପିତା ଙ୍କ ସହ ଏକ ଏତଲା ଦେଇଥିଲେ । ଦେଇଥିବା ଏତଲା ଅନୁଯାୟୀ ଥାନା ରେ ୨୮୯/ ୨୦, ୩୬୩/୩୩ ଆଇପିସି ଧାରା ଅନୁସାରେ ଏକ କେସ୍ ହୋଇଥିଲା । ଏହି କେସ୍ ଦେବା ପରେ ରଣପୁର ଥାନା ର ତଦନ୍ତକାରୀ ଅଫିସର ବହୁ ତଦନ୍ତ ପରେ ଜାଣି ପାରିଲେ ଯେ ନାବାଳିକା କେସ୍ ହେବାର ପର ଦିନ ଘରକୁ ପୁନଃଶ୍ଚ ଫେରି ଆସିଛି ବୋଲି । ହେଲେ ହେଁ ପରବର୍ତ୍ତି ସମୟରେ ଜୈନିକ ସାମ୍ଵାଦିକ ନାବାଳିକା ଙ୍କୁ ଅନ୍ୟତ୍ର ଲୁଚାଇ ରଖି ତଦନ୍ତକାରୀ ପୋଲିସ ଅଧିକାରୀ ଙ୍କ ଉପରେ ଆଙ୍ଗୁଳି ନିର୍ଦେଶ କରି , ପୋଲିସ ଙ୍କ ନାଁରେ ସୋସିଆଲ ମିଡିଆ ତଥା ମିଛ ସମ୍ବାଦ ପରିବେଷଣ କରିଥିଲେ ।
ରଣପୁର ଅଞ୍ଚଳରେ ନିଜକୁ ବରିଷ୍ଠ ସାମ୍ବାଦିକ କହି ବୋଲାଉଥିବା ସାମ୍ବାଦିକ ନିଜ ବ୍ୟକ୍ତିତ୍ୱ ର ଅପବ୍ୟବହାର କରି ନାବାଳିକା ଙ୍କୁ ଲୁଚାଇ ରଖି ପୋଲିସ ଅଧିକାରୀ ଙ୍କ ପାରିବାପଣିଆ କୁ ନେଇ ଆଙ୍ଗୁଳି ଉଠେଇଥିଲେ । ମିଛ ତଥ୍ୟ ର ସାହାରା ନେଇ ପୋଲିସ ଙ୍କ ତଦନ୍ତ ଭୁଲ ବୋଲି ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି ରଣପୁର ର ଜୈନିକ ବରିଷ୍ଠ ସାମ୍ବାଦିକ । ପୋଲିସ ଙ୍କୁ ବ୍ଲାକମେଲ କଲା ଭଳି ନାବାଳିକାଙ୍କୁ ଖୋଜିବାକୁ ଚାପ ପ୍ରୟୋଗ କରିଥିଲେ । ଏବଂ ନାବାଳିକା ଙ୍କୁ ନିଜେ ସାମ୍ବାଦିକ ଏକ ବନ୍ଧୁ ଙ୍କ ଘରେ ଲୁଚାଇ ରଖିଥିଲେ ।
ମହିଳା ପୋଲିସ ଅଧିକାରୀ ଏହାର କଡ଼ା ତଦନ୍ତ କରି ଚାନ୍ଦପୁର ପୋଲିସ ଙ୍କ ସହାୟତାରେ ଜୈନିକ ସାମ୍ବାଦିକ ଙ୍କ ସମ୍ପର୍କୀୟ ଘରୁ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ ଏବଂ ନାବାଳିକା ଙ୍କ ବୟାନ ଅନୁସାରେ, ଜୈନିକ ସାମ୍ବାଦିକ ହିଁ ତାଙ୍କୁ ଉକ୍ତ ସ୍ଥାନରେ ଲୁଚାଇ ରଖିଥିଲେ ବୋଲି ନାବାଳିକା ପରି ପ୍ରକାଶ କରିଥିଲେ । ଏତଦ୍ ବ୍ୟତୀତ ପୋଲିସ ଙ୍କୁ ନିଖୋଜ ହେବାର ମିଛ ବାହାନା ବନେଇ ପୋଲିସ ଙ୍କ ନାଁରେ ଅପପ୍ରଚାର କରିବାକୁ ଚେଷ୍ଟା କରିଥିଲେ ଜୈନିକ ସାମ୍ବାଦିକ । ନାବାଳିକା ଙ୍କ ବୟାନ ପରେ ପୋଲିସ ଉକ୍ତ ସାମ୍ଵାଦିକ ଙ୍କୁ ଧରିବା ପାଇଁ ପ୍ରଚେଷ୍ଟା କରିବାରୁ ଉକ୍ତ ସାମ୍ବାଦିକ ଙ୍କ ମନରେ ଭୟ ସୃଷ୍ଟି ହୋଇଛି ।