ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନଆଇଏନଏଲ) ଘରୋଇକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଥିବା ଉଦ୍ୟମକୁ ସଫଳ କରାଇ ଦିଆଯିବ ନାହିଁ ବୋଲି ପୂର୍ବତନ କେନ୍ଦ୍ର ମବୀ ଶ୍ରୀକାନ୍ତ ଜେନା ପ୍ରକାଶ କରିଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ଆସନ୍ତା ୧୯ ତାରିଖ ଦିନ ଚଣ୍ଡିଖୋଲ ଠାରେ ଉପରୋକ୍ତ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି କାର୍ଯ୍ୟ ପ୍ରତିବାଦରେ ବିରାଟ ସମାବେଶ କରାଯିବ ।
ଏହା ପରେ ଆନ୍ଦୋଳନ ଗାଁ ଗାଁ ଓ ସହର ସହର ମଧ୍ୟରେ ଚାଲିବ । ଏହି ଆନ୍ଦୋଳନରେ ସାମିଲ୍ ହେବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ସେ କଂଗ୍ରେସକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଟ୍ରେଡ଼୍ ୟୁନିଅନକୁ ମଧ୍ୟ ଏଥିରେ ସାମିଲ୍ କରାଯିବ । ଏନଆଇଏନଏଲ ପ୍ରତିଷ୍ଠା କରିବାରେ ପୂର୍ବତନ ମୁଖ୍ୟମବୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଯଥେଷ୍ଟ ଅବଦାନ ରହିଛି । ଏହି ସଂସ୍ଥାର କ୍ଷତି ୨୦୦ କୋଟିରେ ପହଂଚି ଥିଲେ ମଧ୍ୟ କମ୍ପାନୀର ଅଂଶୀଦାର ଥିବା ଓଡ଼ିଶା ଖଣି ନିଗମ ପାଖରେ ଲାଭାଂଶ ଅର୍ଥ ୨ ହଜାର କୋଟି ଟଙ୍କା ରହିଛି । ସେହିଅର୍ଥରେ ଏହାର ଭରଣା କରାଯାଇପାରିବ । ମାତ୍ର ରାଜ୍ୟ କିମ୍ବା କେନ୍ଦ୍ର ସରକାର ସେ ଦିଗରେ ଗୁରୁତ୍ୱ ଦେଉନାହାଁନ୍ତି । ଘରୋଇକରଣ କରିବା ପାଇଁ ଅଂଶୋଧନକୁ ପ୍ରତ୍ୟାହାର କରି ନିଆଯାଉଛି । ସମ୍ପୃକ୍ତ କମ୍ପାନୀକୁ କୌଣସି ଅନୁମୋଦନ ଦିଆଯାଉନାହିଁ । ରାଜ୍ୟ ସରକାର ଇତିମଧ୍ୟରେ ତାର ଅଂଶୋଧନ ୩୬ ପ୍ରତିଶତ ପ୍ରତ୍ୟାହାର କରିନେବା ପାଇଁ ସ୍ଥିର କରିଛନ୍ତି । ଘରୋଇକରଣ ପଛରେ ଉଭୟ ପ୍ରଧାନମବୀ ଏବଂ ମୁଖ୍ୟମବୀଙ୍କ ମଧ୍ୟରେ ବୁଝାମଣା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଆଇଏଲର କର୍ତ୍ତୃପକ୍ଷ ୨୦୨୦ ସୁଦ୍ଧା ଏହାର ପୁନଃଉଦ୍ଧାର କରାଯିବ । ଏନେଇ ଯୋଜନା ଚାଲିଥିବା କହିଥିଲେ । ଉକ୍ତ ପ୍ରକଳ୍ପକୁ ରାଜ୍ୟ ସରକାର ରଖିଲେ ବର୍ଷକୁ ହଜାରେ କୋଟି ଟଙ୍କାର ରାଜସ୍ୱ ପାଇବେ । ରିପୋର୍ଟ – ସୋନାଲି