ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) କଟକ :- କଟକ ଲାଲବାଗ୍ ଥାନା ଅନ୍ତର୍ଗତ ଖଟବିନ ସାହି ଛକ କେନାଲ କଡରେ ଲୁଚାଇ ବିକ୍ରି କରୁଥିଥିବା ସମୟରେ ପୋଲିସ ର ଅଚାନକ ଚଢଉ । ଦଶହରା ଓ ଭସାଣି ଉତ୍ସବ ରେ ଚଢା ଦରରେ ମଦ ବିକିବା ପାଇଁ ଖଟବିନ ସାହି ଛକ କେନାଲ କଡରେ ଲୁଚାଇ ରଖିଥିଲେ ଆଠ ପେଟି ମଦ । ସୂଚନାନୁସାରେ ପ୍ରାୟ ୨୦୦ ବୋତଲ ମଦ ଜବତ ହୋଈଛି ବିଶେଷ ସୂତ୍ରରୁ ଖବର ପାଇ ଲାଲବାଗ୍ ଥାନା ଆଇଆଇସି ଓ ଅନ୍ୟ ଷ୍ଟାଫ୍ ମାନେ ଉକ୍ତ ସ୍ଥାନ କୁ ରେଡ୍ ହ୍ୟାଣ୍ଡ ମଦ ପେଟି ଜବତ କରିବା ସହ ଶେଖ ବଜାର ଗୌଡ ସାହି ର ଆସାମୀ ମନରଞ୍ଜନ ସାହୁ ( ପିତା- ମିନକେତନ ସାହୁ ) ଙ୍କୁ ଗିରଫ କରିଛନ୍ତି ।
ଖଟବିନ୍ ଛକ କେନାଲ କଡରେ ଲୁଚାଇ ମଦ ବିକ୍ରି କରୁଥିବା ସମୟ ରେ ଅଭିଯୁକ୍ତ କୁ ପୋଲିସ ଗିରଫ କରି ଥିବା ଜଣା ପଡ଼ିଛି । ଲାଇସେନ୍ସ ନଥାଇ ଚୋରା ଆସ୍କା ଫର୍ଟି ମଦ ଜବତ କରିବା ସହ ଆସାମୀ କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । (ରିପୋର୍ଟ ରଶ୍ମିତା ମହାପାତ୍ର)













