ରଣପୁର(ଓଡିଶା ତାଜା ନିଉଜ୍) ରଣପୁର : – ରଣପୁର ଅଧିଷ୍ଠାତ୍ରୀ ଦେବୀ ପାହାଡ ପାଦ ଦେଶରେ ପୂଜା ପାଉଥିବା ତଳ ମଣିନାଗ ପୀଠରେ ବି.ସି. ହାଇସ୍କୁଲର ୧୯୯୯ ବ୍ୟାଚର ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା କିଛି ବନ୍ଧୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହାକୁ ଆହୁରି ଆକର୍ଷଣୀୟ କରିବା ସହିତ ସମସ୍ତ ବନ୍ଧୁ କିପରି ଯୋଗ ଦେଇ ପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏଥିରେ କୃଷ୍ଣଚନ୍ଦ୍ର ଦାଶ, ସୁଜିତ ନନ୍ଦ, ଶିବୁନ ରାଏ, ସୁଶାନ୍ତ ଡାକୁଆ, ରଶ୍ମି ରାଞ୍ଜନ ନାୟକ, ସୁରେନ୍ଦ୍ର ପରିଡା, ସନ୍ତୋଷ ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟ ସୁରେନ୍ଦ୍ର ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦ ରୁ ଉର୍ଦ୍ଧ ଛାତ୍ର ଯେ୍ଧଜ୍ଞ ଦେଇଥିଲେ ।