• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଣତନ୍ତ୍ର ପାଇଁ ବିକଳ୍ପ ବିଚାରର ବଡ଼ ଆବଶ୍ୟକତା ଅଛି : ଧର୍ମେନ୍ଦ୍ର

Proprietor Abhimanyu Maharana by Proprietor Abhimanyu Maharana
January 12, 2020
in Uncategorized, ଓଡ଼ିଶା, ହୋମ୍
0
ଗଣତନ୍ତ୍ର ପାଇଁ ବିକଳ୍ପ ବିଚାରର ବଡ଼ ଆବଶ୍ୟକତା ଅଛି : ଧର୍ମେନ୍ଦ୍ର
Share on FacebookShare on TwitterWhatsapp

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ୮୦ ଦଶକରେ ବିଶ୍ୱରେ କମ୍ପ୍ୟୁଟରର ଆଗମନ ଏକାଧିକ ଧାରା ଉପରେ ପକାଇଥିଲା ପ୍ରଭାବ । ବିଶ୍ୱ, ଭାରତ, ଓଡ଼ିଶାକୁ ମଧ୍ୟ ଏହା କରିଥିବା ପ୍ରଭାବିତ । ସେହି କମ୍ପ୍ୟୁଟର ଆଗମନ ପରର ପ୍ରଭାବରେ ଓଡ଼ିଶାରେ ଯେଉଁ ନୂଆ ସାମ୍ବାଦିକତା ଧାରାର ଆରମ୍ଭ ହୋଇଥିଲା ସେଇଥିରୁ ବାହାରିଛନ୍ତି ବହୁ ରଚନାତ୍ମକ ମଣିଷ । ଯେଉଁମାନେ କଲେଜରୁ ବାହାରି ସାମ୍ବାଦିକତାର ନୂଆ ଧାରାରେ ନିଜକୁ ସାମିଲ କରିଥିଲେ । ଦୀର୍ଘ ୪୦ ବର୍ଷ ଧରି ସାମ୍ବାଦିକ ଦୁନିଆରେ ହେଉଥିବା ସମୁଦ୍ର ମନ୍ଥନର ଶ୍ରେଷ୍ଠ ଅମୃତ ଭାବେ ନିର୍ଭୟ ଆଗମନ ହୋଇଥିବା ବିଷୟ ନିର୍ଭୟର ୬ଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ ପ୍ରଦାନ ବେଳେ କହିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‍, ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ । ନିର୍ଭିକ ଭାବରେ ନିର୍ଭୟ ଏତେ ସମୟ ଚାଲିଆସିବା ଏକ ବଡ଼ ଉପଲବ୍ଧି ବୋଲି ମଧ୍ୟ ସେ ବତାଇଥିଲେ । ନିର୍ଭୟ ଭଳି ରାଜ୍ୟରେ ଥିବା କିଛି ସମ୍ବାଦପତ୍ର ଯୋଗୁଁ ବିକଳ୍ପ ବିଚାର ବାହାରି ପାରୁଛି । ସମସ୍ତେ ହଁରେ ହଁ ମିଳାଉନାହାନ୍ତି । ସ୍ଥାବକ ସାଜୁନାହାନ୍ତି ସେମାନେ । ତେଣୁ ଗଣତନ୍ତ୍ର ବିକାଶ ପାଇଁ ଏହି ବିକଳ୍ପ ବିଚାରର ବଡ଼ ଆବଶ୍ୟକତା ରହିଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ନିର୍ଭୟର ସମ୍ପାଦକ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି । ସେ ଜଣେ ଜନ୍ମଜାତ କ୍ରାନ୍ତିକାରୀ ଲୋକ । ଠିକ୍‍ ରହିବା ଏକ ତପସ୍ୟା । ନିଜେ ତାହା କରିବା ସହ ନିର୍ଭୟ ପରିବାର ଗଢ଼ି ସେମାନଙ୍କୁ ବି ଠିକ୍‍ ରହିବା ଭିତରେ ରହି ଓଡ଼ିଶାରେ ଉଦାହରଣ ପ୍ରସ୍ତୁତ କରିଛନ୍ତି ।

ଏହି କିଛି କମ୍‍ କଥା ନୁହେଁ । ପ୍ରଜାତନ୍ତ୍ରରେ ନିର୍ଭିକ ରହିବା, ନିର୍ଭୟ ରହିବାଠାରୁ ବଡ଼ ଅବଦାନ ସୁସ୍ଥ ସମାଜ ପାଇଁ ଆଉ କିଛି ହୋଇନଥାଏ । ମାନବଜାତିର ଇତିହାସରେ ସବୁ ବଡ଼ ପରିବର୍ତ୍ତନ ଛୋଟିଆ ବୀଜରୁ ହୋଇଆସିଛି । ଲକ୍ଷାଧିକ ଲୋକଙ୍କ ଜନସଭାରୁ କେବେ କୌଣସି ପରିବର୍ତ୍ତନ ହୋଇନାହିଁ । ପରିବର୍ତ୍ତନର ବୀଜ ରୂପ ପାଇଥାଏ ସେଇ ଛୋଟିଆ ଧାରା ଭିତରେ । ନିର୍ଭୟ ଭଳି ଓଡ଼ିଶାର କିଛି ସମ୍ବାଦପତ୍ର ହିଁ ପରିବର୍ତ୍ତନର ବୀଜ ହୋଇପାରିବେ ବୋଲି ସେ କହିଥିଲେ । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ଭାଷଣରେ ଢେଙ୍କାନାଳ ଭାରତୀୟ ଜନସଂଚାର ସଂସ୍ଥାନର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ କହିଥିଲେ ଯେ ନିର୍ଭୟ ତା’ ନାଁକୁ ସାର୍ଥକ କରିଛି । ଯେତେବେଳେ ଉଭୟ ବାମ ଓ ଡାହାଣ ପକ୍ଷର ଲୋକେ ଗୋଟିଏ ଖବରକାଗଜକୁ ତୁମେ ଆମ ବିରୋଧରେ ଲେଖୁଛ ବୋଲି କହିବେ ସେତେବେଳେ ଜାଣିବ ସେ ସମ୍ବାଦପତ୍ର ଠିକ୍‍ ଲେଖୁଛି ବୋଲି । ନିର୍ଭୟ ସେହି କାମଟି କରିପାରିଛି । ଆର୍ଥିକ ଅବସ୍ଥାରୁ ଊଦ୍ଧ୍ୱର୍କୁ ଯାଇ ସାଧାରଣ ଲୋକଙ୍କ କଥା, ଠିକ୍‍ କଥା ଯେତେବେଳେ ଗୋଟିଏ କାଗଜ ଲେଖୁଛି ତାହା ଏକ ବଡ଼ କଥା । ଠିକ୍‍ ଜାଗାରେ ଠିକ୍‍ ଭାବରେ ଠିକ୍‍ କଥା କହିବା ପାଇଁ ବହୁତ ସାହସ ଦରକାର । ଖୁବ୍‍ କମ୍‍ କାଗଜର ସେ ସାହସ ଅଛି । ନିର୍ଭୟ ତାହା କରିପାରିଥିବାରୁ ଏକ ସମର୍ପିତ ପାଠକ ଗୋଷ୍ଠୀ ତିଆରି କରିପାରିଛି । ଓଡ଼ିଶା ଓ ଦେଶ ପାଇଁ ଗୋଟିଏ କାଗଜର ଯାହା ଦାୟିତ୍ୱ ହେବା କଥା ତାହା କରିବାକୁ ସକ୍ଷମ ହୋଇଛି ନିର୍ଭୟ । ସୋସିଆଲ୍‍ ମିଡିଆ ଏବେ ଯେଉଁ ଆବର୍ଜନା ଭର୍ତ୍ତି ହୋଇଯାଉଛି ତାହାକୁ ନିର୍ଭୟ ସୋସିଆଲ୍‍ ମିଡିଆର ବ୍ୟାପ୍ତ ଉପସ୍ଥିତି ଦ୍ୱାରା ଦୂର କରିପାରିବ ବୋଲି ପ୍ରଫେସର ଚାଟାର୍ଜୀ ଆଶାବ୍ୟକ୍ତ କରିଥିଲେ । ଏଥିସହ ଢେଙ୍କାନାଳ ଆଇଆଇଏମ୍‍ସିର ବିଦ୍ୟାର୍ଥୀମାନଙ୍କ ସହଭାଗିତା ନିର୍ଭୟ ସହ କରିବାର ଏକ ବିଶେଷ ପ୍ରସ୍ତାବ ସେ ରଖିଥିଲେ । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କିଟ୍‍ ବିଶ୍ୱବିଦ୍ୟାଳୟର କୂଳପତି ତଥା ବିଶିଷ୍ଟ ଶିକ୍ଷାବିତ୍‍ ହୃଷିକେଶ ମହାନ୍ତି ତାଙ୍କ ଭାଷଣରେ କିପରି କୌଣସି ବଡ଼ କାଗଜ ନୁହଁନ୍ତି ତାଙ୍କୁ ଜଣେ ସ୍ତମ୍ଭକାର ଭାବେ ପରିଚିତ କରାଇବାରେ ନିର୍ଭୟ ସକ୍ଷମ ହୋଇଛି ତାହା ବତାଇଥିଲେ । ମତେ ଏବେ ଅନେକ ଲୋକ ନିର୍ଭୟ ସାପ୍ତାହିକ ସ୍ତମ୍ଭ ନାମରେ ଜାଣୁଛନ୍ତି । ମୋ’ କଥା ପ୍ରଫେସର ବୋଲି ଅନେକେ ସମ୍ବୋଧନ କରୁଥିବା ବିଷୟ କହିଥିଲେ ପ୍ରଫେସର ମହାନ୍ତି । ନିର୍ଭୟର ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ, ଗବେଷକ ଓ ସାମ୍ବାଦିକ ଅସିତ ମହାନ୍ତିଙ୍କୁ ନିର୍ଭୟ ପ୍ରଜ୍ଞା ପୁରସ୍କାର, ନିଆରା ଶିକ୍ଷା ଆନ୍ଦୋଳନ ରାଜ୍ୟରେ ଚଳାଇଥିବା ଶୋଭନୀୟ ଶିକ୍ଷାଶ୍ରମକୁ ନିର୍ଭୟ ଆଦର୍ଶ ପୁରସ୍କାର ଏବଂ ବିଜ୍ଞାନ ମନସ୍କ ମଣିଷ ମିହିର କୁମାର ପଣ୍ଡାଙ୍କୁ ନିର୍ଭୟ ଗୌରବ ପୁରସ୍କାର ପ୍ରଦାନ କରାଯାଇଥିଲା । ନିର୍ଭୟର ରାୟଗଡ଼ା ପ୍ରତିନିଧି ସନ୍ତୋଷ କୁମାର ପାତ୍ର, ଉଦଳା ପ୍ରତିନିଧି ଅମୀୟ କୁମାର ବଳ ଏବଂ ନୟାହାଟ ପ୍ରତିନିଧି ରଶ୍ମିରଂଜନ ସାହୁଙ୍କ ସହ ନିର୍ଭୟ ପରିବାରର ସଦସ୍ୟ ସଂଜୟ କୁମାର ଜେନା ଏବଂ ତୃପ୍ତିଶ୍ରୀ ମହାନ୍ତିଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ନିଆରା ପଥିକମାନଙ୍କ ଉପରେ ଏକ ବିଶେଷ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ, ବୈଜ୍ଞାନିକ ମିହିର କୁମାର ପଣ୍ଡା, କଂକ୍ରିଟ୍‍ ଜଙ୍ଗଲରେ ପରିବାର ଉତ୍ପାଦନ ପାଇଁ ଲାଗିଥିବା ମହେଶ୍ୱର ଖିଲାର ଏବଂ ଭାରତୀୟ ମହିଳା ରଗ୍‍ବି ଦଳର ବରିଷ୍ଠ ସଦସ୍ୟା ଶୁଭଲକ୍ଷ୍ମୀ ବାରିକ ଯୋଗଦେଇ ନିଜ ଅମଡ଼ାବାଟର କଥା ଭାବପୂର୍ଣ୍ଣ ଢଙ୍ଗରେ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version