ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ଭୁବନେଶ୍ୱର :– କରୋନା ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ଦୁର୍ଗା ପୂଜା ପାଳିତ ହେଉଥିବା ବେଳେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡ଼ା କଟକଣା ଲାଗୁ କରିଛି ବିଏମ୍ସି । ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଗାଇଡ୍ ଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଏମ୍ସି କମିଶନର । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି ।
ବିଏମ୍ସି ଅଧିକାରୀମାନେ ଲଗାତାର ଭାବେ ପୋଖରୀର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ମୂର୍ତ୍ତିରେ କେଉଁ ଧରଣର ରଙ୍ଗ ବ୍ୟବହାର ହୋଇଛି ତାହା ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସଦସ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତିରେ ବ୍ୟବହାର ହୋଇଥିବା ରଙ୍ଗର ଅନୁଧ୍ୟାନ କରିବେ । ଯଦି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିୟମ ଉଲ୍ଲଙ୍ଘନ ହୁଏ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର । (ଚିଫ ଏଡିଟର, ସ୍ବରୂପ ଦାସ)