ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଭୁବନେଶ୍ୱର :- ଆସନ୍ତା ରବିବାର ୨୫ ତାରିଖ ଦିନ ୧୧ଟା ବେଳେ ଏଠାକାର ଏନ – ୧/ ୧୧୫, ଆଇ. ଆର.ସି ଭିଲେଜ ନୟାପଲ୍ଲୀ ଠାରେ ଏସାର ସିଷ୍ଟମୄସ ଓ ଇ – ଗୁରୁକୁଳ ଶିକ୍ଷା ପଦ୍ଧତି ର ଭାରତ କାର୍ଯ୍ୟାଳୟ ଓ ଆନ୍ତର୍ଜାତିକ ମୁଖ୍ୟାଳୟ ର ଶୁଭ ଉଦଘାଟନ ଅନୁଷ୍ଠିତ ହେବାକୁ ଯାଉଛି | ଓଡ଼ିଶା ବିଧାନସଭା ର ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଓ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ତଥା ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ଗୁରୁକୁଳ ଅନଲାଇନ ଶିକ୍ଷା ପ୍ରଣାଳୀ ଦ୍ୱାରା ସାରା ବିଶ୍ୱରେ ଓଡ଼ିଆ ଭାଷା ଓ ଓଡ଼ିଆ ପାଠ୍ୟକ୍ରମ କୁ ମାଗଣାରେ ଶିକ୍ଷା ଦିଆଯିବାର ବନ୍ଦୋବସ୍ତ କରାଯାଇଥିବା,
ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଇଂଜିନିୟର ମୀନକେତନ ବିଶ୍ୱାଳ ଏଠାରେ ପ୍ରକାଶ କରିଛନ୍ତି | ଏହି ଅନନ୍ୟ ଡିଜିଟାଲ ଶିକ୍ଷା ମାଧ୍ୟମ ଆମର ପାରମ୍ପରିକ ଶିକ୍ଷା ପ୍ରଦାନ ଓ ଗ୍ରହଣ ବ୍ୟବସ୍ଥା ରେ ଯୁଗାନ୍ତକାରୀ ଏବଂ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଥିବା ଇଂଜିନିୟର ଶ୍ରୀ ବିଶ୍ୱାଳ ସୂଚାଇଛନ୍ତି | ଓଡ଼ିଆ ଭାଷା ର ପ୍ରଚାର, ପ୍ରସାର ଏବଂ ଆନ୍ତର୍ଜାତିକ ସ୍ତରରେ ଏହାକୁ ଲୋକପ୍ରିୟ କରିବାନେଇ ଗୁରୁକୁଳ ର ସାଧୁ ଉଦ୍ୟମକୁ ସର୍ବଦୌ ସହଯୋଗ କରିବା ତଥା ଭାରତ କାର୍ଯ୍ୟାଳୟ ର ଉଦଘାଟନ ଉତ୍ସବ କୁ ସଫଳ କରିବା ପାଇଁ ଏହାର ସହ ଆୟୋଜକ ବରିଷ୍ଠ ସାମ୍ବାଦିକ ଓ ବନ୍ଦେ ଉତ୍କଳ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧକ୍ଷ କିଶୋରେ ଦ୍ବିବେଦୀ ଏକ ପ୍ରେସବିଜ୍ଞପ୍ତି ଜରିଆ ରେ ନିବେଦନ କରିଛନ୍ତି |














