ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଢେଙ୍କାନାଳ :- ସାମାନ୍ୟ ବଚସାରୁ ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ସୂଚନା ମୁତାବକ, ବଳରାମପୁର ଗ୍ରାମର ଦିଲ୍ଲୀପ ପ୍ରଧାନ (୩୦) ସେହି ଗ୍ରାମର ବିପିନ୍ ବିହାରୀ ପାତ୍ରଙ୍କ ଝିଅ ଶିବାନୀକୁ ଭଲପାଇ ଗତ ଚାରିବର୍ଷ ତଳେ ବିବାହ କରିଥିଲେ ।
ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିରହେ । ତେବେ ଗତକାଲି କୌଣସି କାରଣରୁ ସାମାନ୍ୟ ବଚସା ହେବାରୁ ହଠାତ୍ ସ୍ଵାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ)














