
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ଆସନ୍ତା ୨ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାକୁ ଥିବା ବେଳେ ଶୁକ୍ରବାର କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗ୍ରସ୍ତ କରି ନବ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନର ସମୀକ୍ଷା ଫେରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଓ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣର ମାନ ପରୀକ୍ଷା କରିଥିଲେ ।
କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣାଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରୟ ଭାଉ ସାହେବ, ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ଜନ୍ମେଜୟ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ସାହୁ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଠିକାଦାର ଲଳିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ଗତ ୧୪ ଏପ୍ରିଲ ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ ଅଂଚଳର କ୍ରୀଡ଼ାବିତ୍ଙ୍କୁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରିଥିଲେ । ଭକ୍ଟଚ୍ଛକ୍ଟପ୍ରସ୍ତର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ଉଦଘାଟନ ହେବାକୁ ସ୍ଥିର କରାଯାଇଥିବାରୁ ସ୍ଥାନୀୟ ଅଂଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
















