ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ ସଫଳତା ପରେ ସଫଳତା ପାଇ ଚାଲିଥିବାବେଳେ ଆଜି ପୁଣି ଓଡ଼ଗାଁ ଥାନା ନନ୍ଦିଘୋର ତୁଳସୀସାହିର ସନ୍ତୋଷ ପ୍ରଧାନ (୪୫ବର୍ଷ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ପୂର୍ବରୁ ସନ୍ତୋଷ ଅନେକ ଛୋଟ ମୋଟ ଚୋରୀ ଘଟଣାରେ ସଂପୃକ୍ତ ଅଛନ୍ତି ।
ବାଘୁଆ ଛକର ଏକ ଦୋକାନରୁ ଚୋରି ହୋଇଥିବା ଏକ “ଫ୍ରିଜ” କୁ ପୋଲିସ ଜବତ କରିଛି । ମହିଳା ଓ ଶିଶୁଡ଼େକ୍ସ ଅଧିକାରିଣୀ ସ୍ନେହଲତା ପ୍ରଧାନ ଓ ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି । ଚୋର ମାନଙ୍କୁ ଧରିବାରେ ଆଦର୍ଶ ଥାନା ର ସଞ୍ଜୟ କୁମାର ପରିଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । (ରିପୋର୍ଟ :- ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ)














