ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ରଣପୁର ,ରିପୋର୍ଟ୍ /ସୋନାଲି :- ନୟାଗଡ଼ ଜିଲ୍ଲା, ରଣପୁର ଅଞ୍ଚଳ ଓ NAC ରେ ଆଜି ଜଗତଜନନୀ ମାଆ ଦୁର୍ଗା ଙ୍କ ନବରାତ୍ରୀ ର ଅଷ୍ଟମ ଦିନରେ ମା” ମହାଗୋୖରୀ ରୂପ ରେ ପୂଜା ପାଇଛନ୍ତି । ମା’ ଙ୍କ ପୂଜାର୍ଚ୍ଚନା କରି ଭକ୍ତ ସୌରାଷ୍ଟ୍ର ପରିବାର ର ମଙ୍ଗଳ କାମନା କରି ସମସ୍ତ ପାପ ରୁ ମୁକ୍ତି ପାଇଥାଏ । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଭକ୍ତ ଙ୍କ ପାପ ନାଶନ ହେତୁ ଧରା ପୃଷ୍ଠ ଅବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା । ବିଭିନ୍ନ ଅଞ୍ଚଳରେ ମାଆ ଙ୍କ ମୂର୍ତ୍ତି ପୂଜା ପାଉଥିବା ବେଳେ କୋଭିଡି କଟକଣା ଅନୁସାରେ ସମସ୍ତ ଭକ୍ତ ଙ୍କୁ ମାସ୍କ ପରିଧାନ କରି ଦର୍ଶନ କୁ ବାଧ୍ୟତାମୂଳକ କରାଯାଇଛି ।
ସେହିଭଳି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତ ଙ୍କ ଗହଳି ନଥିଲେ ମଧ୍ୟ ରଣପୁର ଅଞ୍ଚଳରେ ଅତି ଆଡ଼ମ୍ବର ର ସହକାର ରେ ମା ଦୂର୍ଗା ଙ୍କ ର ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଈଛି । ମାତା ଗୋୖରୀ ଙ୍କ ସ୍ତୋତ ପାଠ କରାଯାଇ ଦୁର୍ଗା ଙ୍କ ଅଷ୍ଟମ ରୂପ ମହାଗୋୖରୀ ରୂପେ ପୂଜା ପାଇଛନ୍ତି । ମାଆ ଙ୍କ ନିକଟରେ ଏହି ଅଷ୍ଟମୀ ପୂଜା ରେ ଆମିଷ ଭୋଗ ଲାଗି କରାଯାଇଥାଏ । ବିଭିନ୍ନ ଫୁଲ, ଫଳ ଭୋଗ, ଧୂପ, ଦୀପ ଅର୍ପଣ କରାଯାଇଥାଏ । ମା’ ଙ୍କୁ ଗୁଡ଼ ଅତ୍ୟନ୍ତ ପ୍ରିୟ ଖାଦ୍ୟ ହୋଇଥିବାରୁ ଗୁଡରେ ଭୋଗ ପ୍ରସ୍ତୁତି କରାଯାଇ ଭୋଗ ଲାଗି କରାଗଲେ ବହୁ ବାଧାବିଘ୍ନ ଦୂର ହୋଇଥାଏ । ମା’ଙ୍କ ର ଅଶେଷ କୃପା ଦୃଷ୍ଟି , ଆଶିଷ , ସ୍ବାସ୍ଥ୍ୟ ଉତ୍ତମ ରହିଥାଏ , ରୋଗ ରୁ ମୁକ୍ତି ମିଳେ ।