
ଗଞ୍ଜାମ ଜିଲ୍ଲା (ଓଡିଶା ତାଜା ନିଉଜ୍) ବୁଗୁଡା ବ୍ଲକ ଖୋଳଖାଳି ପଞ୍ଚାୟତ ତା -୧୧/୦୧/୨୦୨୦ :- ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତ ଚକରାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକମାନଙ୍କ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷ ପ୍ରତିନିଧି, ଜିଲ୍ଲା ପରିଷଦ ପ୍ରତିନିଧି ଓ ପଞ୍ଚାୟତର ସମସ୍ତ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ। ରିପୋର୍ଟର – ରିପୋର୍ଟର – ସୁକାନ୍ତ କୁମାର ବେହେରା
