
ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ବରଗଡ଼ :- ମାଗଣା ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ ସୁନୟନ । ବରଗଡ଼ ଜିଲ୍ଲାର ସୁନାମ ଧନ୍ୟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁବଳ କର ଗରିବ ଅସହାୟ ମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ଚିକିତ୍ସା ସେବା ଆଜି ଶୁଭାରମ୍ଭ କରିଛନ୍ତି । ବରଗଡ଼ ଜିଲ୍ଲା ତାଲଶ୍ରୀଗିଡା ଗ୍ରାମ ଠାରେ ଏହି ଚିକିତ୍ସାଳୟ କୁ ଆଜି ନିରାଡମ୍ବର ଭାବେ ସେ ନିଜେ ଓ ତାଙ୍କ କେତେ ସହଯୋଗୀ ଙ୍କ ସହ ଉଦଘାଟନ କ ରିଥିଲେ । ସୁନୟନ ନାମକ ମାଗଣା ଚିକିତ୍ସାଳୟରେ ଆବଶ୍ୟକ ଗରିବ ଓ ଅସହାୟ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ଏବଂ ପରାମର୍ଶ ମଧ୍ୟ ଦିଆଯିବ । (ରିପୋର୍ଟ-ସତ୍ୟ ନାରାୟଣ ପ୍ରଧାନ

