ଯାଜପୁର (ଓଡିଶା ତାଜା ନିଉଜ୍) କଳିଙ୍ଗନଗର ୧୦.୦୧.୨୦୨୦ ଭୁବନେଶ୍ୱର :- କଳିଙ୍ଗନଗର, ଜାନୁଆରୀ : ଯାଜପୁରରେ କାର୍ଯ୍ୟକାରୀ କରାଯାଉଥିବା ‘ଦ ଗ୍ରିନ୍ ସ୍କୁଲ୍’ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟର ଅଂଶ ଭାବେ ଟାଟା ଷ୍ଟିଲ୍ ଓ ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟେରି)ର ମିଳିତ ଉଦ୍ୟମରେ ୨୦୨୦ ଜାନ୍ରୁଆରି ୧୦ ତାରିଖରେ କଳିଙ୍ଗନଗରସ୍ଥିତ ଲୋୟୋଲା ସ୍କୁଲ୍ରେ ଏକ “ବି ଇକୋମାଟ୍ରିକ୍’ କର୍ମଶାଳା ଓ ୩ଟି ବିଦ୍ୟାଳୟ ପାଇଁ ଆନ୍ତଃ ସ୍କୁଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଗ୍ଲୋରିୟସ ଇଂଲିଶ ମିଡିୟମ ସ୍କୁଲ, ଫିଡର ମଡେଲ୍ ସ୍କୁଲ୍ ଏବଂ ଲୋୟୋଲା ସ୍କୁଲ୍ର ପ୍ରାୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗ ଦେଇ ବିଭିନ୍ନ
ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ନିଜ ଛାତ୍ରଛାତ୍ରୀଙ୍କ ସହିତ ଏହି କର୍ମଶାଳାରୁ ହାସଲକରିଥିବା ଶିକ୍ଷାକୁ ଦୋହରାଇଥିଲେ । ଆଗାମୀ ଦିନରେ, ସେମାନେ ନିଜ ନିଜ ସ୍କୁଲ୍ରେ ସମାନ ବିଷୟକୁ ନେଇ ଅନ୍ତଃ- ସ୍କୁଲ୍ ପ୍ରତିଯୋଗିତା ଆୟୋଜନ କରିବେ । ଦ ଗ୍ରିନ୍ ସ୍କୁଲ୍ ପ୍ରକଳ୍ପରେ ପରିବେଶ ଓ ନିରନ୍ତର ବିକାଶ ସଂପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୋଷ୍ଟୀ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୧୭ରେ ଶୁଭାରମ୍ଭ ହୋଇଥିବା, ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୧୦ଟି ସ୍କୁଲ୍ରେ କାର୍ଯ୍ୟକାରୀ କରାଯାଇଥିଲା ବେଳେ , ଦ୍ୱିତୀୟ ପର୍ଯ୍ୟାୟକୁ ଟାଟା ଷ୍ଟିଲ୍ର ବିଭିନ୍ନ କାର୍ଯ୍ୟକ୍ଷେତ୍ର (ଯୋଡ଼ା, ଯାଜପୁର, ଝରିଆ, ନୂଆମୁଣ୍ଡି, ଖଣ୍ଡବନ୍ଦ, ସୁକିନ୍ଦା ଏବଂ ୱେଷ୍ଟ ବୋକାରୋ)ରେ ୩୦ଟି ବିଦ୍ୟାଳୟକୁ ସଂପ୍ରସାରିତ କରାଯାଇଥିଲା । ଏହି ପ୍ରକଳ୍ପର ଗୁରୁତ୍ୱ ହେଉଛି ସ୍ୱତବ ଶିକ୍ଷା, ସବୁଜ ପାଠ୍ୟକ୍ରମ ଏବଂ ପ୍ରକଳ୍ପ ଭିତିକ ଶିକ୍ଷା ଜରିଆରେ ପରବର୍ତି ପିଢ଼ିକୁ ସଶକ୍ତ କରିବା । ପ୍ରକାଶଥାଉକି, ୨୦୧୯ ଡିସେମ୍ବର ୨ ତାରିଖରେ ଯାଜପୁରରେ ଦ ଗ୍ରିନ୍ ସ୍କୁଲ୍ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା । ଯାଜପୁରର ସେଂଟ୍ ମେରି ସ୍କୁଲ୍ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ପରେ “ବି ଇକୋମାଟିକ- ଇକୋ ଫ୍ରେଣ୍ଡଲି ଇନ୍ଟ୍ରିୟୁଟିଭଲି’ ଶୀର୍ଷକ ଏକ ଆଲୋଚନା ଭିତିକ କର୍ମଶାଳା ଏବଂ ବର୍ଜ୍ୟ ପରିଚାଳନା ଏବଂ ଜୈବ ବିବିଧତା ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ପାଇଁ ଆନ୍ତଃ-ସ୍କୁଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ ଟେରିର ରିସୋର୍ସ ଏକ୍ସପର୍ଟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସଙ୍ଗ ଭିତିକ ଅଧିବେଶନ ଏବଂ ଡକ୍ୟୁମେଂଟାରି ପ୍ରଦର୍ଶନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚାରିଟି ସ୍କୁଲ୍ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମେତ ୧୮୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଦୁଇଟି ପ୍ରମୁଖ ବିଷୟ ବର୍ଜ୍ୟ ଏବଂ ଜୈବ ବିବିଧତା ଉପରେ ଗୁରୁତ୍ୱାରୋପ କରାଯାଇଥିବାରୁ ଏହାର ଶୁଭାରମ୍ଭ ପୂର୍ବରୁ ପ୍ରତିଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଜ୍ଞାନର ସ୍ତର ଅନୁଧ୍ୟାନ କରିବା ଲାଗି ଅନୁଶୀଳନ ସର୍ଭେ ଆୟୋଜନ କରାଯାଇଥିଲା ।