
ଓଡ଼ିଶା ତାଜା ନିୟୁଜ୍ (୧୮ ଅକ୍ଟୋବର ରବିବାର) କୋରାଇ :- କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଲକ୍ଷ୍ମୀନଗର ଠାରେ ରହୁଥିବା ରାମକୃ୩⁄୪ପୁର ଗ୍ରାମର ତୀର୍ଥବସୀ ନନ୍ଦଙ୍କ ଘରୁ ଗତ ୧୦ତାରିଖ ରାତିରେ ୪ଜଣ ଦୁବୃତ ଘରେ ପସି ନଗଦ ଟଙ୍କା ସମେତ ସୁନାରୂପା ଅଳଙ୍କାର ଲୁଟି ନେଇଥିଲେ । ଏନେଇ ତୀର୍ଥବାସୀ କୋରାଇ ଥାନାରେ ଅଭିଯୋଗ କରିଥିଲା । ତଦନୁଯାୟୀ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା କୋରାଇ ପୁଲିସକୁ ୭ଦିନପରେ ସଫଳତା ମିଳିଛି । ଘଟଣାର ୪ଜଣ ଚୋରଙ୍କୁ ଧରିବାରେ ସକ୍ଷମ ହେବା ସହ ସେମାନଙ୍କ ଠାରୁ ନଗଦ ୫ହଜାରଟଙ୍କା ୫ଟି ମୋବାଇଲି, ହଳେ ସୁନାକାନଫୁଲ, ଗୋଟିଏ ମୁଦି, ହଳେ ସୁନା ରିଙ୍ଗ୍ ଓ ୨ଟି ରୂପା ପଦକ ଜବତ କରିବାକୁ ସକ୍ଷମ ହୋଇଛି ।
ଗିରଫ ଅଭିଯୁକ୍ତମାନେ ଯାଜପୁରରୋଡ ଥାନା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମର ଗୌରାଙ୍ଗ ଦାସଙ୍କ ପୁଅ କୈଳାଶ ଦାସ(୩୦), ଯାଜପୁର ଥାନା ଅନ୍ତର୍ଗତ କପାସି ଗ୍ରାମର କାଳିଆ ଦାସଙ୍କ ପୁଅ ଟୁଲୁ ଦାସ(୩୫), କେନ୍ଦ୍ରପଡା ଜିଲାର ଡେରାବିଶ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମର ଖିରଞ୍ଜନ ଦାସଙ୍କ ପୁଅ ଚଟୁଆ ଦାସ(୨୨) ହୋଇଥିଲା ବେଳେ ଅନ୍ୟଜଣେ ସେହି ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ ବିକାଶ ଦାସ(୩୦) ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ସୂଚନାଅନୁଯାୟୀ ଗତ ୧୦ତାରିଖ ରାତି ପ୍ରାୟ ସାଢେ ୧୦ଟାରେ ୪ଜଣ ଦୁବୃର୍ତ ଲକ୍ଷ୍ମୀନଗର ଠାରେ ରହୁଥିବା ତୀର୍ଥବସୀ ନନ୍ଦଙ୍କ ଗ୍ରୀଲଭାଙ୍ଗି ଛାତବାଟେ ଘରଭିତରେ ପ୍ରବେଶ କରିଥିଲେ । ତୀର୍ଥବାସୀ ବିରୋଧ କରିବାରୁ ଦୁବୃର୍ତମାନେ ତାଙ୍କୁ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ । ଲହୁଲୁହାଣ ହୋଇ ସେ ଗୁରୁତରଭାବେ ଆହତ ହୋଇପଡିବାରୁ ଦୁବୃର୍ତମାନେ ଅନାୟସରେ ଘରେ ଥିବା ନଗଦ ୧୦ହଜାରଙ୍କା ସମେତ ସହେ ସୁନା କନଫୁଲ, ଗୋଟିଏ ସୁନା ବ୍ରେସଲେଟ, ଗୋଟିଏ ମୁଦି, ହଳେ କାନ ରିଙ୍ଗ ଓ ଭଙ୍ଗା ସୁନା ପ୍ଲେଟଏବଂ ୪ଟି ମୋବାଇଲି ସହ ୨ଟି ରୂପା ଲକେଟ ଚୋରିକରି ନେଇଥିବା ତୀର୍ଥବାସୀ କୋରାଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତିକରି କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ସଦଳବଳେ ବିଭିନ୍ନ ସ୍ଥାନରେ ଚଢାକରିବା ସହ ମୋବାଇଲି ଟ୍ରକିଂକରି ଅଭିଯୁକ୍ତ କୈଳାଶ, ଟୁଲୁ, ଚଟୁଆ ଓ ବିକାଶ ଆଦି ୪ଜଣଙ୍କୁ କୌଶଳକ୍ରମେ ରବିବାର ଧରିବାକୁ ସକ୍ଷମ ହୋଇଥିଲେ । ପରେ ଥାନାକୁ ଆଣି ଏହି ଘଟଣାରେ ଅନ୍ୟକେହି ସଂପୃକ୍ତିଥିବା ଆଦି ନେଇ ଜେରାକରିବା ପରେ ସେମାନଙ୍କୁ ଗିରଫ କରାଯାଇ କେଶ ନମ୍ବର୨୫୩/୨୦, ଦଫାନମ୍ବର ୪୫୭, ୩୯୪ ଆଇପିସିରେ ସୋମବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଗଡି ଜେଲକୁ ପଠାଇ ଦିଆଯାଇଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)














