No Result
View All Result
- ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ୧୦.୦୧.୨୦୨୦ ଭୁବନେଶ୍ୱର :- ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସେ୧ଳନ (ଟିଏସବିଏଲଏମ)ର ପଂଚମ ସଂସ୍କରଣ ଆଜି ଭରପୁର ଦର୍ଶକଙ୍କ ଗହଣରେ ଉଦଘାଟିତ ହୋଇଯାଇଛି । ଏହି ଅଂଚଳର ସମୃଦ୍ଧ ଐତିହ୍ୟକୁ ପାଳନ ଓ ପ୍ରସାର କରୁଥିବା ଏହି ତିନି ଦିନିଆ ଉତ୍ସବ ବିଶିଷ୍ଟ ଅର୍ଥନୀତିଜ୍ଞ ଲର୍ଡ ମେଘନାଦ ଦେଶାଇ ଓ ସାହିତ୍ୟ ବିଶାରଦ ପେରୁମଲ ମୁରୁଗନଙ୍କ ଦ୍ୱାରା ଉଦଘାଟିତ ହୋଇଛି । ତାଙ୍କ ସହ ଯୋଗଦେଇଥିଲେ ଟାଟା ଷ୍ଟିଲର କର୍ପୋରେଟ ସେବାର ଉପ ସଭାପତି ଶ୍ରୀଯୁକ୍ତ ·ଣକ୍ୟ ଚୌଧୁରୀ । ବିଭିନ୍ନ ଭୌଗୋଳିକ ଅଂଚଳରେ ହେଉଥିବା ସଦ୍ୟତମ ଘଟଣାବଳୀ କିଭଳି ଦୁନିଆର ସ୍ଥିତ ବଦଳାଉଛି ଏବଂ ଆମେ ଏକ ନୂତନ ଦଶନ୍ଧୀର ଅୟମାରମ୍ଭରେ ଠିଆ ହୋଇଛେ ବୋଲି ଲର୍ଡ ଦେଶାଇ ନିଜର ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଓଡ଼ିଆ ସଂସ୍କୃତିର ବିଶିଷ୍ଟ ବିଶାରଦ ଅନନ୍ଦ ମହାପାତ୍ର, ହିମାଂଶୁ ମହାପାତ୍ର ଓ ମାଳବିକା ରାୟଙ୍କ ମହିଳାଙ୍କ ରାଜନୈତିକ ମୋଚନ ଉପରେ ପର୍ଯ୍ୟବେସିତ ମୌଳିକ ପୁସ୍ତକ “ବାସନ୍ତି’ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ୟୁଟ୍ୟୁବରେ ଲୋକପ୍ରିୟତା ହାସଲ କରିଥିବା ଏବଂ ସ୍ପୋକନ ୱାର୍ଡ ପ୍ରଦର୍ଶନକାରୀ ପ୍ରିୟା ମଲ୍ଲିକଙ୍କ ପ୍ରଦର୍ଶନ ସହିତ ଆଜିର ଦିବସର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଟାଟା ଷ୍ଟିଲର କର୍ପୋରେଟ ସେବା ଉପ ସଭାପତି ଶ୍ରୀଯୁକ୍ତ ·ଣକ୍ୟ ଚୌଧୁରୀ କହିଛନ୍ତି ଯେ,”ଟାଟା ଷ୍ଟିଲର କର୍ପୋରେଟର ଅଂଶ ସ୍ୱରୂପ, ଆମେ ସର୍ବଦା କ୍ରୀଡ଼ା, କଳା, ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର କରିବାରେ ବିଶ୍ୱାସ କରୁଛୁ । ୨୦୧୬ରେ ପ୍ରଥମ ବର୍ଷ ଠାରୁ, ଟିଏସବିଏଲଏମ କେବଳ ଓଡ଼ିଶାର ନୁହେଁ ବରଂ ସାରା ଭାରତ ଓ ଦୁନିଆର ପ୍ରସିଦ୍ଧ ଲେଖକ ଓ ବକ୍ତାମାନଙ୍କୁ ଆକର୍ଷିତ କରୁଛି । ଏହି
କାର୍ଯ୍ୟକ୍ରମ ଦୃଢ଼ରୁ ଦୃଢ଼ତର ହେବାରେ ଲାଗିଥିବା ବେଳେ ଭୁବନେଶ୍ୱର ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରର ଅଂଶ ହୋଇଛି ଯେଉଁଥିରେ ନିରନ୍ତର ଭାବେ ଉଚ୍ଚ ଗୁଣାଞଗକ ଅଂଶଗ୍ରହଣ ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ସାଂସ୍କୃତିକ ଭାବ ସହିତ ଏକ ନିବିଡ଼ ସମ୍ପର୍କ ରହିଛି । ଆମେ ନି ତ ଯେ ଚଳିତ ବର୍ଷର ସଂସ୍କରଣ ପୁଣି ଥରେ ଅନୁସନ୍ଧାନ ହୋଇନଥିବା ଚିନ୍ତାଧାରା ଏବଂ ଅଟକାଇ ହେଉନଥିବା ସ୍ୱରକୁ ପାଳନ କରିବ । ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଅନ୍ୟ ଯେଉଁ ପ୍ରମୁଖ ବକ୍ତା ଏବଂ ପ୍ରଦର୍ଶନମକାରୀମାନେ ଅଂଶ ହୋଇଛନ୍ତି ସେମାନେ ହେଉଛନ୍ତି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜୀବନ୍ତ କିମ୍ବଦନ୍ତୀ ପଣ୍ଡିତ ହରି ପ୍ରସାଦ ଚୌରସିଆ; ପ୍ରସିଦ୍ଧ ନାଟ୍ୟକାର ଅମୋଲ ପାଲେକର, ଭାରତୀୟ ସାମ୍ବାଦିକତା - ଚଜଋଝଝ ଜଋଖଋଇଝଋ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ବାଚି କରକରିଆ; ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପରମିତା ଶତପଥୀ ତ୍ରିପାଠୀ ଓ ଡକ୍ଟର ଗୌରହରି ଦାସ, ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ-ନିର୍ଦେଶିକା ନନ୍ଦିତା ଦାସ ଏବଂ ଷ୍ଟାଣ୍ଡ ଅପ ହାସ୍ୟ କଳାକାର ବିଶ୍ୱ କଲ୍ୟାଣ ରଥ ।
No Result
View All Result