ଗଞ୍ଜାମଜିଲ୍ଲା (ଓଡିଶା ତାଜା ନିଉଜ୍) ପାରଳାଖେମୁଣ୍ଡି ତା୧୦/୦୧ /୨୦୨୦ :- ରିଖ ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ଗୋ ପୀନାଥ ଗଜ ପତି ନାରାୟଣ ଦେବଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ଗୋପୀନାଥବାବୁ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ଜଣେ ଜନ ପି୍ରୟ ରାଜନେତା ଓ ସାସଂଦ ଭାବରେ ତାଙ୍କର କାର୍ଯ୍ୟ ଗରିମାମୟ ଥିଲା । ସେ ଦୁଇଥର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ନିଜ ଲୋକ ପି୍ରୟତାର ପରିଚୟ ଦେଇଥିଲେ ।
ତାଙ୍କ ଜୀବଦ୍ଦଶାରେ ସେ ଅନେକ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ଓ ଜନସେବାରେ ବ୍ରତୀ ଥିଲେ । ତାଙ୍କ ବିୟୋଗଜନିତ ଶୂନ୍ୟସ୍ଥାନ ଅ ପୂରଣୀୟ ରହିବ । ବାଚସ୍ପତି ଡ. ପାତ୍ର ଗୋ ପୀନାଥ ଗଜ ପତି ନାରାୟଣ ଦେବଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ବନ୍ୟ ପର୍ଯ୍ୟାବେକ୍ଷଣ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମା ଆରୁଖ ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । (ଓଡିଶା ତାଜା ନିଉଜ୍) ରିପୋର୍ଟର–ସୁକାନ୍ତ କୁମାର ବେହେରା ତା-୧୦/୦୧/୨୦୨୦