ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ହାଇଦ୍ରାବାଦ, ହାଇଦ୍ରାବାଦରେ ଲାଗି ରହିଛି ପ୍ରବଳ ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ଏପରିକି ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର ଆଦି ଭାଙ୍ଗି ଯାଇଛି । ଏବେସୁଦ୍ଧା ହାଇଦ୍ରାବାଦରେ ୫୦ଜଣଙ୍କର ଜୀବନ ହାନି ଘଟିଛି । ଶନିବାର ମେଡଚଲ ମଲ୍କାଜାଗିରୀ ଜିଲ୍ଲାରେ ୧୫୭.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବାନ୍ଦଲଗୁଡାରେ ୧୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।
ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଗ୍ରେଟର ହାଇଦ୍ରାବାଦ ନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ରବିବାର ମଧ୍ୟ ସହରର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏଠାରେ ସ୍ଥିତି ବେହାଲ ହୋଇ ପଡିଛି । ବାରାମାତୀରେ ପ୍ରବଳ ବର୍ଷା ଫଳରେ ଏକ ପୋଲ ଭାସି ଯାଇଛି । ଫଳରେ ୧୫ଟି ଗ୍ରାମ ସହ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । (ନିଉଜ୍ ଏଡିଟର ସ୍ବରୂପ ଦାସ)