ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ତିର୍ତ୍ତୋଲ (ରିପୋର୍ଟ -ରିପୋର୍ଟ ଅଭିମନ୍ୟୁ /ଭାସ୍କର ପଟ୍ଟନାୟକ) :- ଜଗତସିଂହପୁର,ରାଜ୍ୟରେ ବାଲେଶ୍ୱର ସଦର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଆସନ୍ତା ମାସ ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷିରେ ବିଜେଡି,ବିଜେପି ଓ କଂଗ୍ରେସ ନିଜନିଜର ନିର୍ବାଚନ କୌଶଳ ଆରମ୍ଭ କରି ଦେଇଛନ୍ତି । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ତିନି ବ୍ଲକ ଦାଇତ୍ୱ ରାଜ୍ୟ ସ୍ତରୀୟ ନେତାଙ୍କ ଦାୟିତ୍ୱ ଦେଇଥିଲା ବେଳେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ୍ୟ ସଞ୍ଜୟ କୁମାର ଦାସବର୍ମାଙ୍କ ସହ ରାଜ୍ୟସ୍ତରୀୟ ନେତା ରଘୁନାଥପୁର ବ୍ଲକ ଦାୟିତ୍ୱରେ ଅଛନ୍ତି ।
ସେମାନଙ୍କ ମଧ୍ୟରୁ ଶନିବାର ରାଜ୍ୟସଭା ସାଂସଦ ତଥା ରାଜ୍ୟ ମାଇନର କମ୍ୟୁନିଟି ସେଲର ସଭାପତି ମୁନା ଖାଁ ପୂର୍ବାହ୍ନରେ ସାଦେଇପୁର ପଞ୍ଚୟତର ସଂଖ୍ୟା ଲଘୁ ବସ୍ତି ବଣୀକୁନ୍ଦ ଓ ସାଦେଇପୁରରେ ପହଞ୍ଚି ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷ୍ୟା କରିବାସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ସାଂସଦ ଖାଁ ଅପରାହ୍ନରେ ତରିକୁନ୍ଦ ପଞ୍ଚୟତର ଦରିଆପୁର ବସ୍ତିରେ ପହଞ୍ଚି ବସ୍ତିର ସର୍ଦାର ଓ ବସ୍ତି ଲୋକମାନଙ୍କ ସହ ନିର୍ବାଚନି ବୈଠକରେ ଯୋଗ ଦେଇ ବସ୍ତିର ଲୋକମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ । ସମସ୍ତ ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ସମାଧାନ କରାଯିବ ।
ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷ୍ୟରୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇବା ଆପଣଙ୍କ ଗର୍ବ । ସେହି ଦୃଷ୍ଟିରୁ ଆପଣ ମାନଙ୍କ ସମସ୍ତ ଭୋଟ୍ ବିଜେଡ଼ି ସପକ୍ଷରେ ଯିବାକୁ ଅନୁରୋଧ କରିଥିଲେ ସାଂସଦ । ସାଂସଦ ଖାଁଙ୍କ ସହିତ ସମିତିସଭ୍ୟ ମେହେବୁବ ବେଗ, ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି ମିର ଅଜମିର ଆଲି, ସମ୍ପାଦକ ଫାରୁକ ମହମ୍ମଦ, ପୂର୍ବତନ ସରପଞ୍ଚ କଲିମ ଉଦିନ ଖାଁ, ମହମ୍ମଦ ଇଲିଆସ ଖାଁ ପ୍ରମୁଖ ଉପସ୍ଥିତ ରହି ସଂଖ୍ୟା ଲଘୁ ସମ୍ପ୍ରଦାୟର ସମସ୍ତ ଭୋଟ୍ ବିଜେଡ଼ି ସପକ୍ଷରେ ଯିବ ସେଥିପ୍ରତି ନଜର ରଖିବାକୁ ସୂଚନା ଦେଇଥିଲେ । ଏଥିରେ ଜାକିର ଉଦିନ ଖାଁ, ଜଲାଲୁଦିନ ଖାଁ, ଇସୁଫ ଖାଁ, ନଇମୁମୁଦିନ ଖାଁ ଓ ବାଶା ଖାଁଙ୍କ ସହକିଛି ହିନ୍ଦୁ ଭାଇମାନେ ଉପସ୍ଥିତ ଥିଲେ ।