ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) ନୀଳଗିରି :- ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ; ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା । ଜବତ ସାମଗ୍ରୀକୁ ଯାଂଚ ପାଇଁ ଚାନ୍ଦୀପୁର ପଠାଇଲା ପୋଲିସ । ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ । ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ମିଳିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ କିଏ ଓ କାହିଁକି ଏହି ବେଲୁନକୁ ଆଣି ଏଠାରେ ପକାଇଲା ସେନେଇ ଚର୍ଚ୍ଚା ଧରିଛି । (ଦୀପ୍ତିମାନ ପତି /ବାଲେଶ୍ୱର )














