ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ଛତ୍ରପୁର :- ରାୟ ୫୦୦ ଏକର ଜମିରେ ଲଗାଣ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଜମି ନଷ୍ଟ ହେଉଥିବାରୁ ଶୁକ୍ରବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର ପାଲିଆମ୍ମା, କୁଶପୁର ଆଙ୍ଗୁ, ବାଘଳା ଓ ସୁନାଥର ଗ୍ରାମର ବିଭିନ୍ନ ଚାଷୀମାନେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଲଗାତର ବର୍ଷା ଫଳରେ ଧାନ ନଷ୍ଟ ହୋଇଛି । ଏନେଇ ବିଭାଗୀୟ ଅଧୀକାରୀଙ୍କୁ ଜଣାଇଲେ ସୁଦ୍ଧା କିଛି ସୁଫଳ ମିଳୁନଥିବା ଚାଷୀମାନେ କହିଛନ୍ତି । ତେବେ ଆନ୍ଧ୍ର ମାଛ ବ୍ୟବସାୟୀଙ୍କ ବନ୍ଧ ପାଖ ଦେଇ କୋଚିଆ (ମଝିନାଳ) ର ସଂପ୍ରସାରଣ କରିବା ନିମନ୍ତେ ଏହି ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ,ପିତାମ୍ବର ନାହାକ,ଗୋବିନ୍ଦ ନାହାକ,ବାସୁଦେବ ନାହାକ,କୃଷ୍ଣ ଚନ୍ଦ୍ର ନାହାକ,ଲକ୍ଷ୍ମଣ ନାହାକ,ହାଡି ସେଠୀ,ସ୍ୱରାଜ ବସ୍ତିଆ,ଦେବରାଜ ନାହାକ, ସଞ୍ଜୟ ପ୍ରଧାନ,ଟୁନା ପ୍ରଧାନ,ଶିବରାମ ନାହାକ,କନ୍ଧ ନାହାକ,ଗଣପତି ନାହାକ,ଭାସ୍କର ବସ୍ତିଆ,ତ୍ରିନାଥ ପ୍ରଧାନ, ସୁକାନ୍ତ କୁମାର ସାହୁ,ରବିନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)