ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ଗଜପତି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଉନ୍ନୟନ ପରିଷଦ ପକ୍ଷରୁ ୧୧ ଗୋଟି ଦାବିନେଇ ବ୍ରହ୍ମପୁର ସାଂସଦ ଚଂଦ୍ର ଶେଖର ସାହୁ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା ଦାବିଗୁଡିକ ହେଲା.ମୋହନାକୁ ଏନ୍. ଏ. ସି ଘୋଷଣା, ମୋହନାକୁ ଏକ ରାଜସ୍ୱ ଉପଖଣ୍ଡ ର ମାନ୍ୟତା ପ୍ରଦାନ ,ମୋହନା ହିଲଟପ୍ କଲେଜ ଠାରୁ ଏମ୍. କେ. ସି. ଜି ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ ଲାଇନ୍ ରୋଡ ର ବ୍ୟବସ୍ଥା ,ମୋହନା ବଜାର ର ଦୁଇ ସାଇଡ ରେ ଡ୍ରେନ ନିର୍ମାଣ.ଓ ବଜାର ଠାରେ ଶୌଚାଳୟ ନିର୍ମାଣ ପାଇଁ ବ୍ୟବସ୍ଥା କରିବା ପିଇବା ପାଣିର ବ୍ୟବସ୍ଥା, ୨ ଟି ଓଭର ହେଡ ଟାଙ୍କି ନିର୍ମାଣ ,ମୋହନା ତହସିଲ ଅନ୍ତର୍ଗତ ସମସ୍ତ ଆର୍. ଆଇ ଅଫିସ ଗୁଡିକୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ସେଗୁଡିକୁ ସଂପ୍ରସାରିତ କରି ନୂତନ ୨୦ ଟି ଆର୍. ଆଇ ଅଫିସ ଖୋଲିବା .ମୋହନା ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ
,ମୋହନାର ସବ୍ ରେଜିଷ୍ଟର ଅଫିସ୍ କୁ ସବୁଦିନ ଚଲାଇବା ପାଇଁ ଦାବି .ମୋହନାରେ ୩ ଗୋଟି ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି । (ସିଂହ ଦ୍ୱାର ଛକ, ଥାନା ଛକ, ହାଇସ୍କୁଲ ଛକ) ,ମୋହନା ର ଜନସାଧାରଣଙ୍କ ସୁବିଧା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସପ୍ତାହ କୁ ୨ ଦିନ ସାଟେଲାଇଟ ଅଫିସ କରିବା ପାଇଁ ଦାବି । ମୋହନାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଖୋଲିବା ପାଇଁ ଦାବି ,ମୋହନା ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ଦଣ୍ଡାସି ସାହୁ, ଉପସଭାପତିସୀମାଞ୍ଚଳକାର୍ଯୀ,ସଂପାଦକ ରସାନନ୍ଦ ପାଣି, ଉପଦେଷ୍ଟା ମଧୁସୂଦନ ପାଢ଼ୀ, ସଭ୍ୟ ରବି ସାମନ୍ତରା, ଭିକାରୀ ନାୟକ ଓ ମହିଳା ସଂଘ ର ସଦସ୍ୟା ,ନିର୍ମାଣ ସଂଘ ର ସଭାପତି ଓ ମୋହନା ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରି ଥିଲେ l ସାଂସଦ ସହୁ ଉପରକ୍ତ ଦାବୀ ଗୁଡ଼ିକ ପୂରଣ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ଆଶ୍ୱାସନା ଦେଇଥିଲେ (ଗରୁଡ଼ ଧ୍ୱଜ ଚୌଧୁରୀ)