ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ପଦ୍ମପୁର :- ବିଶ୍ବ ଖାଦ୍ୟ ଦିବସ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଖରାମାଲ ଗ୍ରାମରେ ପାଳନ କରାଯାଇଥିଲା । ଉଦ୍ଦେଶ୍ୟ ହେଉଛି ଦୁନିଆରେ କେହି ବି ଜଣେ ଭୋକରେ ନ ରହୁ । ଖାଦ୍ୟ ବି ଏମିତି ହେଉ ଯେଉଁ ଥିରେ କି ପୁଷ୍ଟିକର ଉପାଦାନ ଭରି ରହିଥାଉ ଏବଂ ଔଷଧିୟ ଗୁଣ ବି ଥାଉ । ଆଜି ଶୁକ୍ରବାର ଦିନ ଖରାମାଲ ଗ୍ରାମବାସୀ ତାହା କରି ଦେଖାଇଛନ୍ତି । ବିନା ଚାଷରେ ମିଳୁ ଥିବା ଜଙ୍ଗଲର ୨୦ ପ୍ରକାର କନ୍ଧା,୪୦ ପ୍ରକାର ର ଶାଗକୁ ରନ୍ଧନ ପ୍ରଣାଳୀ ସହିତ ପ୍ରଦର୍ଶନ କରିଛନ୍ତି । ମଣ୍ତିଆ କେକ,ମାଣ୍ତିଆ ବିଷ୍ମୁଟ, ଗୁଂଜି ଖିରି ବହୁତ ଆଦୃତ ଥିଲ। ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୀନବନ୍ଧୁ ଗାନ୍ଧି ଚାଷୀ ମାନଙ୍କୁ ଉଦବୋଧନ ଦେଲା ପରେ ୧୨ ଜଣ ଖାଦ୍ୟ ହିରୋଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ କଲେଜ ବରଗଡ଼ ଅଧ୍ୟପିକା ଜୟଶ୍ରୀ ସାହୁ । ଚାଷୀ ମାନଙ୍କୁ ସମ୍ବୋଧିତ କରିବା ପରେ ଅହି କାର୍ଯ୍ୟକ୍ରମ କୁ ଆକର୍ଷଣୀୟ କରିଥିବା ଗାଁର ୨୧ ଜଣ ଝିଅଙ୍କୁ ନେଇ ଗଢି ଉଠିଥିବା ମହକ ଦଳକୁ ସମ୍ମାନୀତ କରିଥିଲେ । ଖାଦ୍ୟ ହିରୋ ସମ୍ମାନରେ ସମ୍ମାନିତ ହୋଇଥିବା ସବୁ ଚାଷୀ ଦେଶୀ ବିହନରେ ଓ ଜୈବିକ
ପଦ୍ଧତିରେ ଚାଷ କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ପଥ ପ୍ରଦର୍ଶନ କରୁଛନ୍ତି ସେମାନେ ହେଲେ ପାଇକମାଲ ବ୍ଲକର ଶ୍ରୀ ଡମ୍ବରୁଧର ମାଝୀ, ଚିତ୍ତ ରଞ୍ଜନ ପ୍ରଧାନ, ନୀଳମଣି ପୁରୋହିତ,ବିଦ୍ଯାଧର ଫିଜରା,ଗଣେଶ ସାହୁ ଓ ଗାଇସିଲେଟ ବ୍ଲକର ସଦାନନ୍ଦ ସାହୁ, ଶାନ୍ତନୁ ସିଂ,ନବୀନ ସାହୁ, ଫଗୁନୁ ବାଗ,ବିରାଟ ସାହୁ, ବେଟିଖାଇ ବରିହା,ସୁରୁଚି ବାରିକ । ଏମାନଙ୍କୁ ଜାତୀୟ ସ୍ତରରେ ମଧ୍ୟ ରାଇଜ ଏଗେଂଷ୍ଟ ହଙ୍ଗର ଇଣ୍ତିଆ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅହିସାଂ କ୍କବର ସଂପାଦକ ଶ୍ରୀ ଶିବ ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ଶ୍ରୀ ନଳ ମାଝୀ,ଶ୍ରୀ ବେଣୁଧର ବେହେରା,ଶ୍ରୀ ଈଶ୍ବର ମାଝୀଙ୍କ ସମେତ ଗ୍ରାମର ପ୍ରମୁଖ ବ୍ଯକ୍ତିମାନେ ସଫଳ କରାଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)