ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ଶୁକ୍ରବାର ) ତିର୍ତ୍ତୋଲ :- ଜଗତସିଂହପୁର,ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ପଞ୍ଚମଦିନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସକାଳୁ ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରିବା ପରେ ଗୋରଖନାଥ ଠାକୁରଙ୍କୁ ଦର୍ଶନ କରି ବିଜୟ ଶଙ୍କର ଦାସ ରଘୁନାଥପୁର ବ୍ଲକ ଗୋପବନ୍ଧୁ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିରିଡି ବ୍ଲକ ର ବିଜେଡି ସମର୍ଥକ ମାନଙ୍କ ସହିତ ରାଲି କରି ଆସି ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ ।
ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ , ପୂର୍ବତନ ମନ୍ତ୍ରୀ ତଥା ରାଜ୍ଯ ଯୋଜନା ବୋର୍ଡ଼ର ଉପାଧ୍ଯକ୍ଷ ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ, ସାଂସଦ ରାଜଶ୍ରୀ ମଲ୍ଲିକ୍ , ରାଜ୍ୟସଭା ସାଂସଦ ମୁନା ଖାଁ, ଜିଲ୍ଲା ନଗର ଉନ୍ନୟନ ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର,ରମାକାନ୍ତ ଭୋଇ , ରଘୁନାଥପୁର ବ୍ଲକ ଅଧ୍ଯକ୍ଷା ସ୍ୱପ୍ନାସାରିତା ବଳ ,ପୂର୍ବତନ ବିଜେଡି ସଭାପତି ସରୋଜ କାନ୍ତ ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟା ଡେଜଳିନ ମହାପାତ୍ର ,ସମାଜସେବୀ ସୁରେନ୍ଦ୍ର ନାଥ ମହାପାତ୍ର ,
ରଘୁନାଥ ପୁର ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ଙ୍କ ସହିତ ଆସି କୋଭିଡି କଟକଣା ନିୟମ ଅନୁସାରେ ଶ୍ରୀ ଦାସ ଜଗତସିଂହପୁର ର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ବିଜେପି ଓ କଂଗ୍ରେସ ଦଳର ଦୋଷ ଦୁର୍ବଳତା ଓ ନବୀନ ପଟ୍ଟନାୟକ ଙ୍କ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳ ନିଶ୍ଚିତ ଜିତିବ ବୋଲି ବିଜୟ ଶଙ୍କର ଦାସ ନିଜେ ମତ ଦେଇଛନ୍ତି ।
ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ଯକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ ଯେ ବିଜେପି କଂଗ୍ରେସ ବିଜେଡି ମଧ୍ଯରେ ପ୍ରତିଦ୍ବନ୍ଦିତାରେ ଆମ ବିଜେଡି ଦଳ ୬୦ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ରାଜ୍ୟସଭା ରେ ଏକ ନଂ ନିର୍ବାଚନ ମଣ୍ଡଳୀ ହେବ । (ଭାସ୍କର ପଟ୍ଟନାୟକ/ତିର୍ତ୍ତୋଲ)