ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ନୟାଗଡ :- ଭାରତୀୟ ମଜଦୁର ସଂଘ ନୟାଗଡ ଜିଲ୍ଲା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ଦ୍ୱାରା ନିଆଯାଇଥିବା ୧୦ ଅକ୍ଟୋବର ରୁ ୧୬ ଅକ୍ଟୋବର ଚେତାବନୀ ସପ୍ତାହ ର ସମାପନୀ ଉତ୍ସବ ନୟାଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମୁଖ୍ୟଫାଟକ ଆଗରେ ଏକ ପଥପ୍ରାନ୍ତ ସଭା ର ଆୟୋଜନ କରାଯାଇଥିଲା ।
ପ୍ରବାସୀ ମଜଦୁରଙ୍କୁ କର୍ମ ଜୀବିକା ଯୋଗାଇ ଦେବା ପାଇଁ ଭାରତୀୟ ମଜଦୁର ସଂଘ ର ପୂର୍ତ୍ତ ବିଭାଗ ପ୍ରମୁଖ ଶ୍ରୀ ବିଜୟ କୁମାର ପାତ୍ର ରାଜ୍ୟ ସରକାର ଙ୍କ ଉପରେ ବର୍ଷି ଥିଲେ ଏବଂ କେନ୍ଦ୍ରସରକାର କଂର ଶ୍ରମ ବିଲ କୁ ତୀବ୍ର ସମାଲୋଚନା କରିଥିଲେ ଭାରତୀୟ ମଜଦୁର ସଂଘ ର ଖୋର୍ଦ୍ଧା ଜିଲ୍ଲା ସଂପାଦିକା ଶାନ୍ତି ଲତା ସେଠୀ, ନୟାଗଡ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ଭଟ ଏବଂ କୋଠାବାଡି ମଜଦୁର ସଂଘ ର ସଭାପତି ମମତା ନାୟକ ଉପସ୍ଥିତ ଥିଲେ । ( ରିପୋର୍ଟ /ରାମକୃଷ୍ଣ ରଥ )