ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବୋରାପଦା ଗ୍ରାମର ଏକ ଉନ୍ନୟନ ମୂଳକ କାର୍ଯ୍ୟର ପାଚେରୀ ଖୋଳାକୁ ବିରୋଧ କରି ଜେ ସି ବି ଅଗରେ ଧାରଣା ଦେଇଛନ୍ତି ଶତାଧିକ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ବାସିନ୍ଦାଙ୍କ ଅଭିଯୋଗ ନ ଶୁଣିଲା ପର୍ଯ୍ୟନ୍ତ ଖୋଳା କାର୍ଯ୍ୟ ବନ୍ଦ ରହିବ ବୋଲି ସଦର ତହସିଲଦାର ପ୍ରତିଶ୍ରୁତି ଦେବାରୁ ଧାରଣାରୁ ହଟିଲେ ଗ୍ରାମବାସୀ । ଉକ୍ତ ବୋରାପଦା ଖମାର ଅଞ୍ଚଳରେ ଦଳିତ ଅଧିବାସୀ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ ରହି ଆସୁଛନ୍ତି ।
ସରକାର ଜାଗା ଚିହ୍ନଟ କରି ପଟ୍ଟା ଦେଇ ଘର କରିବେ ବୋଲି କେବେଠୁ କହି ଆସୁଛନ୍ତି । ଖାଲି ଆଶ୍ଵସନା ଦେଇ ଚାଲିଛନ୍ତି । ଚାରିପଟେ ଦିନକୁ ଦିନ ବଡ ବଡ ଦ୍ଵିତାଲା କୋଠା ଗଢି ଉଠୁଥିବା ବେଳେ ଆଜିଯାଏଁ ଏମାନଙ୍କୁ ଜମିପଟ୍ଟା ମିଳିପାରିଲା ନାହିଁ । ଏ ନେଇ ଅଫିସ୍ ଧାଇଁ ଧାଇଁ ଅଣାୟତ୍ତ । ନିଜେ ରହିବାକୁ ମୂଳରୁ ଘର ଖଣ୍ଡେ ନାହିଁ, କିନ୍ତୁ ଛୁଆ ଖେଳିବାକୁ ପାର୍କ ତିଆରି ହେଉଛି ବୋଲି ଅଭିଯୋଗ କରିଛନ୍ତିି । ଯେ ପର୍ଯ୍ୟନ୍ତ ଆମକୁ ଜମି ଚିହ୍ନଟ କରାଯାଇ ପଟ୍ଟା ଦିଆ ନ ଯାଇଛି ସେପର୍ଯ୍ୟନ୍ତ ପାର୍କ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି । (ରିପୋର୍ଟ – ଅମର ରଞ୍ଜନ ଦାସ)