ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ନିକଟ ଦେଇ ପ୍ରବାହିତ ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେବା ସହ ବିଭିନ୍ନ ପଥର ଖାଦାନରୁ ମୋରମ ଓ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ବେଆଇନ ବାଲି, ମୋରମ ଓ ପଥର ଚୋରା ଚାଲାଣ ରୋକିବାକୁ ତହସିଲଦାର ଜନ୍ମେଜୟ ସାହୁଙ୍କ ନେତୃତ୍ୱରେ ରାଜସ୍ୱ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।
ବେଆଇନ ଭାବେ ପଥର ଚୋରା ଚାଲାଣ କରୁଥିବା ଅଭିଯୋଗରେ ୪ଟି ଟ୍ରିପରକୁ ଜବତ କରାଯିବା ସହ ୨ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଚଢାଉ ଜାରୀ ରହିବ ବୋଲି ତହସିଲଦାର ଶ୍ରୀ ସାହୁ କହିଛନ୍ତି । ଚଢାଉରେ ହିଞ୍ଜିଳି ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ, ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ମଞ୍ଜୁଲତା ବେହେରା, ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା, ଅମିନ ନିରଞ୍ଜନ ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ : ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)