ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) କୋରାଇ :- କୋରାଇ ବ୍ଲକର ଦକ୍ଷିଣରେ ପ୍ରବାହିତ ଫରସ୍ରୋତା ନଦୀ ପ୍ରବାହିତ । ଏହି ନଦୀର ବନ୍ୟା ବିଶେଷକରି କୋରାଇ ବ୍ଲକର ବଡବିରୁଆଁ, ତଣ୍ଡରା ଓ ଗାଳେଇପୁର ଆଦି ୩ପଂଚାୟତର ଦୁୁଃଖ ପହଂଚାଇଥିଲା ବେଳେ ଖମଣ ପଂଚାୟତର ଆଂଶିକ କ୍ଷତି ସାଧିତ ହୋଇଥାଏ । ଏହି ଅଂଚଳବାସୀଙ୍କ ଗମନାଗମନ ନିମନ୍ତେ ନଦୀପାଶ୍ୱର୍ରେ ବନ୍ଧଦେଇ ରାସ୍ତା ନିର୍ମାଣ କରାଯାଇଛି । ତଦନୁଯାଇ ଏହି ନଦୀ ପାଶ୍ୱର୍ସ୍ଥ ତଣ୍ଡରା ପଂଚାୟତର ଗଳି ପୋଲଠାରୁ ୧୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଛି । ହେଲେ ଜନତାଙ୍କ ଗମନାଗମନୁକୁ ଗୁରୁତ୍ୱ ଦେଉଥିବା ସରାକର ଏହି ନଦୀ ବନ୍ଧରାସ୍ତାଟି ପ୍ରତି ଅଦୌ ଗୁରୁତ୍ୱ ଦେଉନାହଁଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ଫଳରେ ରାସ୍ତାସାରା ଖମାରେ ଭରିଯାଇଥିବାରୁ ଯାତାୟତରେ ଘୋର ବାଧପ୍ରାପ୍ତ ହେଉଥିବାନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କୋରାଇ ବ୍ଲକ ତଣ୍ଡରାର ଗଳିପୋଲ ଠାରୁ ଆରମ୍ଭ ହୋଇଥିବା ନଦୀବନ୍ଧ ରାସ୍ତାଟି ୧୬ନମ୍ବରଜାତୀୟ ରାଜପଥକୁ ସଂଯୋଗ କରିଛି । ନଦୀର ବାମପାଶ୍ୱର୍ରେ ହୋଇଥିବା ଏହି ୪କି.ମି ବିଶିଷ୍ଟ ରାସ୍ତା ଦେଇ ତଣ୍ଡରା, ବଡବିରୁଆ, ପହଙ୍ଗା, ଟିକରପଡା, ଯୋକଡିଆ ଆଦି ଅଂଚଳବାସୀ ଯାତାୟତ କରିଥାନ୍ତି । ହେଲେ ଏହି ରାସ୍ତାଟି ନିର୍ମାଣ ଓ ମରାମତି ଅଭାବରୁ ଶୋଚନୀୟ ହୋଇପଡିଥିଲା ବେଳେ ଗତମାସରେ ହୋଇଥିବା ବନ୍ୟା ରାସ୍ତାଟିକୁ ସଂପୂର୍ଣ୍ଣ ଧେଇଦେଇଛି । ରାସ୍ତାର ଅଧିକାଂଶ ସ୍ଥାନରେ ବଡବଡ ଖାଲମାନ ସୃଷ୍ଟି ହେବା ଫଳରେ ଜଳରହି ନଦୀ ଭ୍ରମ ସୃଷ୍ଟିକରୁଛି । ଏବେ ବର୍ଷାହେବା ଫଳରେ ରାସ୍ତା ସାରା କାଦର୍ମମୟ ହୋଇଯାଇଥିବାରୁ ଯାତାୟତ ଅନୁପଯୋଗୀ ହୋଇ ପଡିଛି ।
ଏହି ନଦୀପଠା ବାସୀ ପରିବା ଚାଷ କରୁଥିଲା ବେଳେ ଏବେ ଅମଳ ହେଉଥିବା ପରିବା ନେଇ ଚାଷୀ ସାଇକେଲ କି ଗାଡି ମଟରରେ ଯିଉଥିବା ବେଳେ ଚାଷୀକୁ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡୁଛି । ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ପକ୍ଷରୁ ନାବାର୍ଡର ଅନୁଦାନ ଅର୍ଥରେ ବିଭିନ୍ନ ନଦୀବନ୍ଧ ନିର୍ମାଣ ଓ ମରାମତି କରାଯାଇଥିଲା ବେଳେ ଏହି ନଦୀବନ୍ଧ ରାସ୍ତାଟି ପ୍ରତି ଦୃଷ୍ଟିନପଡିବା ନେଇ ସ୍ଥାନୀୟ ରାଜନେତାଙ୍କ ପରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ସ୍ଥାନୀୟ ଅଂଚଳ ବାସୀଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଏହି ନଦୀବନ୍ଧ ରାସ୍ତାର ତ୍ୱରିତ ମରାମତି ପାଇଁ ବଡବିରୁଆଁ ସମିତିସଭ୍ୟ ପ୍ରମୋଦକୁମାର ସାହୁ, ପୂର୍ବତନ ସରପଂଚ ଅନନ୍ତ କବି, ତଣ୍ଡରା ସମିତିସଭ୍ୟା ଗଭୀନ ଦଳେଇ, ପୂର୍ବତନ ସରପଂଚ ଉମେଶ ସ୍ୱାଇଁ, ଶରତ ମଲିକ, ପ୍ରସନ୍ନ ସ୍ୱାଇଁ, ବିଦ୍ୟାଧର ମଲିକ, ଅବିନାସ କର, ଅଲେଖ ମଲିକ ପ୍ରମୁଖ ଅଂଚଳବାସି ଜଳସଂପଦ ବିଭାଗ ଓ ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)














