ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର ) ପଦ୍ମପୁର :- ପାଇକମାଲ ବ୍ଲକ ଅଂଚଳ ଟି ସଦା ସର୍ବଦା ମେଲେରିଆ ପ୍ରବଣ ଅଂଚଳ ଭାବେ ଜିଲ୍ଲା ସ୍ଥରେ ବିବେଚିତ ହୋଇ ସାରିଛି l ପାଇକମାଲ ଅଂଚଳ କୁ ଘେରି ରହିଛି ଗନ୍ଧମାର୍ଦ୍ଦନ ପାହାଡ l ପାହାଡ ରୁ ଝରି ଆସିଛି ଏକ ଝରଣା l ନିଘଂଚ ଜଙ୍ଗଲ ର ସମସ୍ତ ପ୍ରକାରର ଡାଳପତ୍ର ପାଣିରେ ପଡି ପଚିଯିବା ଫଳରେ ଏ ଅଂଚଳ ରେ ମେଲେରିଆ ବଂଶବୃଦ୍ଧି ହେବାର କାରଣ କୁ ଏଡେଇ ଦିଆଯାଇ ପାରିବନାହିଁ l ଏ ପରିପେକ୍ଷୀରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶାନୁସାରେ ପାଇକମାଲ ବ୍ଲକ ର ବୁକୁରାମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ର ବୁକୁରାମୁଣ୍ଡା ସବସେଣ୍ଟର ର ପଲସାନୀ,ପଲସଦା
ସବସେଣ୍ଟର ର ଖଇରା,ଟେମରୀ ସବସେଣ୍ଟର ର ଧାନ୍ଦୁପାଲି,ଚର୍ଦାପାଲି ସବସେଣ୍ଟର ର ଚର୍ଦାପାଲି,ଲଖମରା ସବ ସେଣ୍ଟର ର କୁଲାଣ୍ଟି ଗ୍ରାମ ରେ ମାଗଣା ରେ ରାସାୟନିକ କୀଟନନାଶକ ପ୍ରୟୋଗ ମଶାରୀ ଲୋକଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ପର୍ଯାୟକ୍ରମେ ଆରମ୍ଭ କରା ଯାଇଛି l ସମସ୍ତ ଯାଗାରେ କାର୍ଯରତ ମହିଳା ସ୍ୱାସ୍ଥ୍ୟକର୍ମୀ,ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟା ସମେତ ଅଂଗନୱାଡି ଦିଦି ଏବଂ ବଣ୍ଟନ ହେଉଥିବା ଗ୍ରାମ ଗୁଡିକ ର ଆଶା ଦିଦି ଙ୍କ ସହଯୋଗ ରେ ସୁ-ଚାରୁରୂପେ ମଶା ବଂଶ ନାଶକ ମଶାରି ବଣ୍ଟନ ଜାରି ରହିଛି l ମଶାରୀ ବଣ୍ଟନ କାର୍ଯ୍ୟକ୍ରମ କୁ ବୁକୁରାମୁଣ୍ଡା ସି.ଏଚ.ସି ର କାର୍ଯ୍ୟରତ ସୁପରଭାଇଜର ରବିନ୍ଦ୍ର ମୋହନ ଦାଶ ତଦାରଖ କରୁଥିବାର ଦେଖାଯାଇଥିଲା l (ରିପୋର୍ଟ – ନିରୋଜ କୁମାର ପାଣୀ)