ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବ।ର ) ଜଗତସିଂହପୁର :- ତିତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ଦୁଇ ଗୋଷ୍ଟି ଥିଲେ ମଧ୍ୟ ଉପନିର୍ବାଚନକୁ ଆଖିଆଗରେ ରଖି ବୁଧବାର ସମାନ୍ତରାଳରେ କର୍ମୀସମାବେଶ ଅନୁଷ୍ଠିତ ହୋଇଥିଲେ ସୁଧା ଉଭୟ ଗୋଷ୍ଟି ଗୋଟିଏ ସ୍ୱର ବିଜୟ ଶଙ୍କର ଓ ଶଙ୍ଖ ଚିହ୍ନ ଶୁଣିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ତିତ୍ତୋଲ ଉପନିର୍ବାଚନ କିଭଳି ଭାବରେ ବିଜେଡି ସପକ୍ଷରେ ବହୁମତ ସଂଗ୍ରହ କରାଯିବ ସେଥିପାଇଁ ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଚଳଚଂଚଳ ହୋଇପଡିଛନ୍ତି । ଆଜି ରାଜ୍ୟ ଯୋଜନା ବୋଡ଼ ଉପାଧକ୍ଷ୍ୟ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ
କଟକ ଜିଲ୍ଲା ରାମକମରପୁର ଠାରେ ଗୋଟିଏ ଗୋଷ୍ଟିଙ୍କୁ ନେଇ କର୍ମୀସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟସ୍ତରୀୟ ନେତୃବୃନ୍ଦ କର୍ମୀମାନଙ୍କୁ ତିତ୍ତୋଲ ସ୍ୱାଭିମାନ ପଞ୍ଚାଇବାପାଇ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ବହୁମତ ସମର୍ଥନରେ ବିଜୟ କରିବାପାଇଁ ଅନୁରୋଧ କରିଥିଲେ ।ଏହି ଗୋଷ୍ଠିର ନେତୃତ୍ୱ ନେଇଥିଲେ ରଘୁନାଥପୁର ବ୍ଲକ ଉପାଧକ୍ଷ୍ୟ ଦେବାଶିଷ ତ୍ରିପାଠୀ । ଏମାନଙ୍କ ମଧ୍ୟରେ ଜିଲାପରିସଦ ସଭ୍ୟା ଡେଜାଲିନ ମହାପତ୍ର, ସମାଜ ସେବୀ ସୁରେନ୍ଦ୍ରନାଥ ମହାପତ୍ର ସମେତ କର୍ମୀ ଉପସ୍ଥିତ ଥିଲେ ।
ସେହିପରି ଅପରାହ୍ନରେ ଅପର ପକ୍ଷ୍ୟରୁ ପୂର୍ବତ ଜିଲ୍ଲାପରିଷଦ ସଭ୍ୟ ସରୋଜକାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ରଘୁନାଥପୁରରେ ଅନୁଷ୍ଠିତ ସମାବେଶରେ ଯୋଜନାବୋଡ଼ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଦାସବର୍ମା ସଭାପତିତ୍ୱ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚୟତରାଜ ମନ୍ତ୍ରୀ ପ୍ରତାପ ଜେନା , ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରସାନ୍ତ ମୁଦୁଲି , ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଚଳଚିତ୍ର ତାରକା ଅରିନ୍ଦମ ରାୟ ,ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚନ୍ଦ୍ର ଓ ବ୍ଲକ ଅଧକ୍ଷ୍ୟା ସ୍ୱପ୍ନାସରିତା ବଳ ପ୍ରମୁଖ ଯୋଗଦେଇ ବିଜେଡି ସପକ୍ଷରେ ବହୁମତ ଦେବାକୁ କର୍ମୀମାନଙ୍କୁ ଅନୁରୋଧ କରିଥିଲେ ।
ଏଠାରେ ମଧ୍ୟ ଗିଟିଏ ସ୍ୱର ଶୁଣିବାକୁମିଳୁଛି । ଏହି ଅବସରରେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଓଡ଼ିଶାର ଅଣକଂଗ୍ରେସ ନେତା ହିସାବରେ ବିଧାୟକ ସ୍ୱର୍ଗତ ଵିଷ୍ଣୁ ଦାସଙ୍କ ପୁତ୍ର ଆମ୍ଭ ପୁତ୍ର ଭଳି ତେଣୁ ଦଳ ସୁପ୍ରିମୋଙ୍କ ନିଷ୍ପତି ଅନୁସାରେ ବିଜୟ ଶଙ୍କର ବିଜେଡିର ପ୍ରଥି ହୋଇଥିବାରୁ ବିଜୟଙ୍କୁ ବହୁ ଭୋଟରେ ବିଜୟ କାରିବା ଆପନମାନଙ୍କର ଏକସନ୍ତା ଦରକାର ବିଜେଡିର ଆଦଶ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପାଇଁ ସମାବେଶ ଆରମ୍ଭରେ କଂଗ୍ରେସ ଦଳ ଛାଡି ଜୟସୋଲ ପଂଚାୟତର ଅସଫ ଅଲି ଓ ବାବୁଲି ମଲ୍ଲିକ , ତରିକୁନ୍ଦ ପଞ୍ଚାୟତର ରାଜେଶ ଖାଁ, ଆବୁଦୁଲ ରାଜାକ ଖାଁ, ମହମ୍ମଦ ସିଦିକ,ସରୋଜ ଦଶ ତାର ପୁର ସମିତି ସଭ୍ୟ, ମକର ମ ମହମ୍ମଦ ଓ ଅଡେଇକୁଳ ପଞ୍ଚାୟତର ବିଜେପି ଦଳ ଛାଡି ଜଗନ୍ନାଥ ପଣ୍ଡା ଓ କରୁଣାକର ମଲ୍ଲିକ ଆନୁଷ୍ଠାନିକ ଭାବେ ସମାବେଶରେ ସାମିଲି ହୋଇଥିଲେ ।
ଏହି କର୍ମୀମାନଙ୍କୁ ଯୋଜନା ବୋଡ଼ ଉପାଧକ୍ଷ୍ୟ ଦାସବର୍ମା ଓ ମନ୍ତ୍ରୀ ଜେନା ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲି କରାଇବାସହିତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଉଭୟ ସମାବେଶରେ ବିଜେଡ଼ି ପ୍ରଥି ବିଜୟ ଶଙ୍କର ଉପସ୍ଥିତ ରହି କର୍ମୀମାନଙ୍କ ଆଶ୍ରିବାଦ ଭିକ୍ଷ୍ୟା କରିଥିଲେ । ଶେଷରେ ପୂର୍ବତନ ସମିତିସଭ୍ୟ ଦିବାକର ଖଟୁଆ ଧନ୍ୟବାଦ ଦେଇଥିଲେ । (ଜଗତସିଂହପୁର /ଭାସ୍କର ପଟ୍ଟନାୟକ )