ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ବହୁ ବାଦବିବାଦ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ କୁକୁଡାଖଣ୍ଡି ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ଓ ଜନପ୍ରତିନିଧିଙ୍କ ଉଦବେଗର ଶିକାର ହେବାପରେ ତରବରିଆ ଭାବରେ ବିଡ଼ିଓ ପଞ୍ଚାୟତ ସମିତି ବୈଠକ ଡାକିଥିଲେ । ପ୍ରଥମରେ କେଉଁ କାରଣରୁ ଦଶମାସ ହେଲା ବୈଠକ ଡ଼କାଯାଇନଥିଲା ବୋଲି ନିର୍ବାଚିତ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ବିଡ଼ିଓ ଗଦାଧର ପାତ୍ରଙ୍କ କରୋନା କଟକଣା ଯୋଗୁଁ ବୈଠକ ସ୍ଥଗିତ ଥିବା ନେଇ ସଭା ରେ ମତ ଦେଇ କହିଥିଲେ ଏହି ଶୋଭା ରେ ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ । କୁକୁଡାଖଣ୍ଡି ବ୍ଲକରେ ବିଭିନ୍ନ ନୂତନ ପଞ୍ଚଦଶ ଅର୍ଥ କମିସନ ଏବଂ ପଞ୍ଚମ ଅର୍ଥ କମିସନ ଅର୍ଥଟଙ୍କା ଉର୍ଣ୍ଣୟନ କାର୍ୟ୍ୟ ଜୋରଦାର କାର୍ୟ୍ୟ ସମ୍ପାଦନ କରିବା ପାଇଁ ଆଲୋଚନା କରିଥିଲେ ଏବଂ ଏକ ରୀତିମତ ଯୋଜନା କରି ବ୍ଲକର କିଛି ହାତଗଣତି ସରପଞ୍ଚ ରାଜସ୍ବ ବିଭାଗର କାର୍ୟ୍ୟପନ୍ଥାକୁ ନେଇ ତର୍କ ଆରମ୍ଭ କରିଥିଲେ ।
କୁକୁଡାଖଣ୍ଡି ତହସିଲ ଅଧୀନରେ ଅନେକ ଅସାଧୁ ବ୍ୟକ୍ତି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଚି । ଏ ନେଇ ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ସମୟରେ ଚୋରା ଚାଲାଣକୁ ରୋକ ଲଗେଇବା ବେଆଇନ ଖାଦାନ ଉପରେ ଚଢ଼ାଉ କରି ଜରିମାନା ଆଦାୟ କରୁଥିବାବେଳେ ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟସ୍ଥତା ସାଜି ମୂଲଚାଲ କରୁଥିବା ଯୋଗୁଁ ସମସ୍ତ କାର୍ୟ୍ୟ ସମ୍ପୂର୍ଣ ବନ୍ଦ କରିବା ପାଇଁ ଚେତାବନୀ ଦେଇଥିବା ଯୋଗୁଁ । ଏନେଇ ଉଦେଶ୍ୟ ମୂଳକ ଭାବରେ କିଛି ଜନପ୍ରତିନିଧି ତହସିଲଦାର ସରକାରୀ ଉର୍ଣ୍ଣୟନ ମୂଳକ କାର୍ୟ୍ୟରେ ବାଧା ସୃଷ୍ଟି କରୁଥିବା ନେଇ ବୈଠକରେ ମତ ପ୍ରକାଶ କରିଥିଲେ । ଏହାର ଉତ୍ତରରେ ତହସିଲଦାର ଡ଼.ମିଶ୍ର ନିତି ନିୟମ ଅନୁସାରେ ଜରିମାନା ଆଦାୟ କରାଯାଉଚି । କୌଣସି ସରକାରୀ କାର୍ୟ୍ୟକ୍ରମରେ ତହସିଲ ତରଫରୁ ବାଧକ ସୃଷ୍ଟି କରାଯାଉ ନାହିଁ ଯେଉଁ ମାନଙ୍କ ପାଖରେ ଉପଯୁକ୍ତ ନଥିପତ୍ର ରହୁନାହିଁ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା କଥା ବୈଠକରେ ନିଜ ଉତ୍ତର ରଖିଥିଲେ ।
ଅନ୍ୟପକ୍ଷରେ ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ ନିର୍ବାଚିତ ସମିତିର ସଦସ୍ୟ ମାନଙ୍କୁ ବିଡ଼ିଓ ଗୁରୁତ୍ୱ ଦେଉନାହାନ୍ତି ମନଇଚ୍ଛା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବେଆଇନ ଭାବରେ ସମିତି ସଭ୍ୟଙ୍କ ଗୋଚରକୁ ନ ଅଣାଯାଇ କାର୍ୟ୍ୟକ୍ରମ ଚାଲୁ ରହୁଚି । ଏକ ଜନହିତକର କାର୍ୟ୍ୟ ପାଇଁ ବିଡ଼ିଓଙ୍କ ପାଖକୁ ଯାଇ ମୁ ଦୁର୍ବ୍ୟବହାରର ଶିକାର ହୋଇଚି ବୋଲି ହଟଗୋଳ କରିଥିଲେ । ବୈଠକ ରେ ବିଭିନ୍ନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ମୋ ବଗିଚା ଏବଂ ରୋଡ଼ ରାସ୍ତା କରିବା ପାଇଁ ନିଷ୍ପତି ନିଆଯାଇଛି । ଗ୍ରାମର ବିକାଶ ପାଇଁ ଗାଁ ସାହି ମାନଙ୍କ ରାସ୍ତା ଘାଟ ସହ କଲ୍ୟାଣ ମଣ୍ଡପ କାର୍ୟ୍ୟ ସମ୍ପାଦନ କରିବା ପାଇଁ ସ୍ଥିର କରାଯାଇଛି । ବୈଠକ ରେ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିନଥିବା ଯୋଗୁଁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ ଏହି କାର୍ୟ୍ୟକ୍ରମ ରେ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିବା ବେଳେ ସରପଞ୍ଚ ସମିତି ସଭ୍ୟ ଓ ବ୍ଲକ କର୍ମ ଚାରି ଉପସ୍ଥିତ ରହି କାର୍ୟ୍ୟ ସମ୍ପାଦନ କରିଥିଲେ । (ରିପୋର୍ଟ: ଶେଷଦେବ ସାହୁ)