ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ରାଜବୋଡାସମ୍ବର ବ୍ଲକର ବ୍ଲକ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହିଥିବା ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେଉଥିବା ସମସ୍ତେ ଅବଗତ ଅଛନ୍ତି । ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ “ମୋ ସରକାର” ଏବଂ 5T ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ପଦ୍ମପୁର ଉପଖଣ୍ଡରେ ତାହା ଧୂଆଁବାଣ ସାଜିଛି । ବର୍ତ୍ତମାନ ମଧ୍ଯ ସରକାରୀ ବାବୁଙ୍କ ହାକିମଗିରି ବନ୍ଦ ହେଉନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ ଏବଂ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ସେବାପାଇଁ ନିଯୁକ୍ତି ହେଇଛନ୍ତି ଯାହାକି ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ । ଏଭଳି ଗୋଟିଏ ଲେଖାଏଁ ବୋର୍ଡ ସମସ୍ତ କାର୍ଯ୍ୟାଳୟରେ ଛପା ଯାଇଛି କିନ୍ତୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ଗର୍ବ ଅହଙ୍କାର ଏଯାଏଁ ଭାଙ୍ଗିନାହିଁ. ଯଦି କୌଣସି ଅଭିଯୋଗ କାରୀ ଅଭିଯୋଗ କରିବାକୁ ଯାଉଛି ତାହାକୁ ସେବା କରିବା ପ୍ରତିବଳରେ ଓଲଟା ସେମାନଙ୍କ ଦୋଷ ଦେଉଛନ୍ତି । ଅଭିଯୋଗ କରିବାକୁ ଲୋକେ ଭୟ କରୁଛନ୍ତି ।
ବିଡିଓଙ୍କ ପାଖକୁ ଗଲେ ପଂଚାୟତ କୁ ଯାଅ ବୋଲି ଘଉଦେଇ ଦେଉଥିବା ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ରୁ । ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ସେହି ଏକା କଥା ନିଜର ଦୋଷଦୁର୍ବଳତା କୁ ଲୁଚେଇବା ପାଇଁ ସଦାସର୍ବଦା ଲୋକଙ୍କ ଦୋଷ ବୋଲି ଲେଖନ୍ତି । ଏହିପରି ଭବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସବୁ ଯୋଜନା ଫେଲ ମାରିଛି ପଦ୍ମପୁର ଉପଖଣ୍ଡ ତଥା ରାଜବୋଡାସମ୍ବର ବ୍ଲକରେ । ସୂଚନା ଅନୁଯାୟୀ ରାଜବୋଡାସମ୍ବର ବ୍ଲକ ମହୁଳପାଲି ପଞ୍ଚାୟତ ଅନ୍ତର୍ଗତ ଦରବେକେଲା ଗ୍ରାମର ନିରାକାର ବାରିକ ଜଣେ ବୃଦ୍ଧ ବ୍ୟକ୍ତି । ତାଙ୍କର ବୟସ ୭୧ ବର୍ଷ , ସେ ସରକାରଙ୍କ ତରଫରୁ ମଧୁବାବୁ ଭତ୍ତା ପାଉଥିଲେ କିନ୍ତୁ ୨୦୧୯ ଅଗଷ୍ଟ ମାସ ପରେ ତାଙ୍କ ଭତ୍ତା ବନ୍ଦ କରି ଦିଆଗଲା । ମ୍ୟାଲେରିଆ ଜ୍ବରରେ ପୀଡିତ ହେଲା ପରେ ୨ ମାସ ଭତ୍ତା ନେବାକୁ ଯିବାକୁ ଅସମର୍ଥ ହେବା ପରେ ତାଙ୍କ ପୁଅ ସେହି କଥା ପଂଚାୟତ ନିର୍ବାହି ଅଧିକାରୀ ତଥା ସରପଞ୍ଚ ଙ୍କୁ କହିଥିଲେ କିନ୍ତୁ ତାଙ୍କ ଗୁହାରୀ ଶୁଣିଲେ ନାହିଁ ହାକିମ ବାବୁ ।
ଜ୍ବରରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତାଙ୍କର ଭତ୍ତା କେତେ ମହତ୍ତ୍ୱପୂର୍ଣ୍ଣ ତାହା ଜାଣିବା ପରେମଧ୍ୟ ସବୁ ଜାଣି ଚୂପ ରହି ଘରକୁ ଯାଇ ଭତ୍ତା ପ୍ରଦାନ କରିବା ବ୍ୟବସ୍ଥା କଲେନାହିଁ । ଏନେଇ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ସନ୍ତୁଷ୍ଟଜନକ ନ ଥିଲା । ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏଭଳି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଗରୀବ ନିରୀହ ଲୋକେ ଯେଉଁଭଳି ଭାବେ ଯେଭଳି ହଇରାଣ ନ ହେବେ ସେଥିପ୍ରତି ସମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ଜନସାଧାରଣ ମତବ୍ୟକ୍ତ କରୁଛନ୍ତି । ତୁରନ୍ତ ଉକ୍ତ ବୃଦ୍ଧଙ୍କ ଗତ ଏକବର୍ଷ ର ଭତ୍ତା ପ୍ରଦାନ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । (ରିପୋର୍ଟ – ନିରୋଜ କୁମାର ପାଣୀ )