ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ତିର୍ତ୍ତୋଳ :- ନାବଳିକାକୁ ଦୁଷ୍କର୍ମ ଘଟଣାରେ ପୋଲିସ ପାଖରେ ନିର୍ଦିଷ୍ଟ ରିପୋର୍ଟ ହେବାର 50 ଘଣ୍ଟା ବିତିଯାଇଥିଲେ ମଧ୍ୟ ସବୁ ଜାଣି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି । ନାରୀ ସୁରକ୍ଷାର ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏହି ଘଟଣା ସ୍ପଷ୍ଟ କରୁଛି ରାଜ୍ୟରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିଛି । ରାଜ୍ୟ ଦଣ୍ଡ ବିଧାନ ହାର ଦେଶରେ ସର୍ଵନିମ୍ ନ। ସରକାରୀ ଦଳ ନେତାଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ।
ତିର୍ତ୍ତଳ ଘଟଣାରେ କୁନ୍ଦୁଲିର ର ପୁନରାବୃତ୍ତି ନହେଉ । ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ ।। ପିଡିତାଙ୍କ ପରିବାରକୁ 20 ଲକ୍ଷ ଟଙ୍କା ସହାୟତା, ପରିବାରକୁ ସୁରକ୍ଷା ଓ ପିଡ଼ିତା ସ୍କୁଲରେ ପଢ଼ୁଥିବା ଛାତ୍ରୀ ହୋଇଥିବାରୁ ତାର ଶିକ୍ଷା ଦାନ କେମିତି ହେବ ତାର ସରକାର ବ୍ୟବସ୍ଥା କରନ୍ତୁ । ଅସନ୍ତା କାଲି ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରିବ କଂଗ୍ରେସ । ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯିବା ।