ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବାଲେଶ୍ବର :- ବାଲେଶ୍ବରରେ ଉପନିର୍ବାଚନ ପାଇଁ ବିଜେଡ଼ି ଦଳର ସୁପ୍ରିମୋ ପ୍ରାର୍ଥୀ ଚୟନ କରି ଘୋଷଣା କରିସାରିଲା ପରେ ବିଜେଡିର ବାଲେଶ୍ବର ମଙ୍ଗ ଧରିଥିବା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା କିନ୍ତୁ ନଛୋଡ ବନ୍ଧା । ଯଦିଓ ଆଗରୁ ଓ ଏବେ ଦୁଇ ଭେଟେରାନ୍ ନେତା କହୁଛନ୍ତି ନବୀନଙ୍କ ନିଷ୍ପତ୍ତି ଉପରେ ଆମର କିଛି କହିବାର ନାହିଁ । କିନ୍ତୁ ବାଲେଶ୍ବରର ରଣହୁଙ୍କାର କିଛି ଅଲଗା ସଙ୍କେତ ଦଉଛି । ଅସନ୍ତୋଷର ନିଆଁ ଭିତରେ ଭିତରେ କୁହୁଳୁଛି ।
କାରଣ ଏଠାରେ ସେହି ବିଜେଡି ଦଳର ମହିଳାମାନେ ପ୍ରାର୍ଥୀ ଚୟନକୁ ବିରୋଧ କରି ଆନ୍ଦୋଳନ କରି ନାରାବାଜି କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ଯେ ବାଲେଶ୍ଵରରେ ବିଜେଡି ଦଳର ଛାମୁଆ ନେତାମାନେ ପ୍ରାର୍ଥୀ ଚୟନରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି । ତାର ପ୍ରତିଫଳନ ଆନ୍ଦୋଳନ ଆକାରରେ ଦେଖିବାକୁ ମିଳିଛି । ଏଥିପାଇଁ ଭୁବନେଶ୍ବରରୁ ମନ୍ତ୍ରୀ ବିଧାୟକ ଓ ବରିଷ୍ଠ ନେତାମାନେ ବାରମ୍ବାର ରାତିଅଧିଆ ବାଲେଶ୍ବର ଦୌଡି ରୁଦ୍ଧଦ୍ଵାର ବୈଠକ କରୁଛନ୍ତି । ଦେଖାଯାଉ ଆଗକୁ ରାଜନୀତିର ପାଣିପାଗ କୁଆଡେ ଯାଉଛି…? (ଭୁବନେଶ୍ୱର /ରିପୋର୍ଟ /ସ୍ୱରୂପ ଦାସ୍ )