ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) କଟକ :- ସୂଚନାନୁସାରେ କଟକ ମହାନଦୀ ବିହାର ଚାଉଳିଆଗଞ୍ଜ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୁରରେ ଥିବା ଏସ୍ ବିଆଇ ଏଟିଏମ୍ ରୁ ବିଳମ୍ବିତ ରାତ୍ରରେ ଲୁଟେରା ଏଟିଏମ ଲୁଟ୍ ର ଉଦ୍ୟମ କରିଥିଲେ । ଯଥାକ୍ରମେ ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ଲୁଟ୍ ର ଅଭିପ୍ରାୟ ରଖି ଏକ କଳାରଙ୍ଗର ପଲସର ରେ ଆସି ଏଟିଏମ୍ କୁ ଗ୍ୟାସ୍ କଟର ସାହାଯ୍ୟ ରେ ଏଟିଏମ୍ ସଟର କାଟିବାକୁ ଉଦ୍ୟମ କରୁଥିବା ବେଳେ ଚାଉଳିଆଗଞ୍ଜ ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ଲୁଟେରା କୁ କାବୁ କରିଛି । ଯୁବକ ଜଣକ ପ୍ରାୟ ଗତ ୧୫ ଦିନ ହେବ କଟକ ସହରରେ ଆସି ବିଭିନ୍ନ ଏଟିଏମ୍ କୁ ଯାଇ ନଜର ରଖୁଥିଲା ବୋଲି ଜଣା ଯାଇଛି । ଦୁଇ ଦିନ ପୁର୍ବରୁ ଗଣ୍ଡରପୁରୁ ର ଏକ ହୋଟେଲ ରେ ରହି ଲୁଟେରା ଲୁଟ୍ ର ଏକ ସଫଳ ପ୍ଲାନ କରିଥିଲା । ଏଟିଏମ୍ ରେ ସିକ୍ୟୁରିଟି ଗାର୍ଡ ନଥିବାର ସୁଯୋଗ ଉଣ୍ଡି ଲୁଟ ର ପ୍ଲାନ କୁ ଶକ୍ତ କରି ନେଇଥିଲା । ହେଲେ ଯଥା ସମ୍ଭବ ପ୍ରୟାସ କରି ମଧ୍ୟ ବ୍ୟାଙ୍କ ଲୁଟ କୁ ଅସଫଳ କରିଦେଇଥିଲା ପୋଲିସ ।
ଏଟିଏମ୍ ଭିତରେ ପଶି ଗ୍ୟାସ୍ କଟର ଦ୍ବାରା କାଟୁ ଥିଲା ସେହି ସମୟରେ ଚାଉଳିଆଗଞ୍ଜ ପିସିଆର ଗାଡି ଯାଉଥିବା ବେଳେ ଏଟିଏମ୍ ର ସଟର୍ ବନ୍ଦ ଥିବା ଏବଂ ଭିତରେ ଲାଇଟ୍ ଜଳୁଥିବା ଦେଖି ସନ୍ଦେହ କରିଥିଲେ ଏ ସଂକ୍ରାନ୍ତରେ ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସଟର୍ ଉଠାଇବା ବେଳେ ଯୁବକ ଜଣକ ଏଟିଏମ୍ କୁ ଅଧା କଟର ରେ କାଟି ଦେଇଥିଲା ଏଟିଏମ୍ ରେ ଥିବା ତିରିଶି ଲକ୍ଷ ଟଙ୍କା ଲୁଟ୍ କରି ନେଇ ଯାଇଥାଆନ୍ତା ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି । ପୋଲିସ ଆଉ ମାତ୍ର ୧୫ ମିନଟ ବିଳମ୍ବ କରିଥିଲେ ବ୍ୟାଙ୍କ ଏଟିଏମ ଲୁଟ ହୋଇଯାଇଥାନ୍ତା ବୋଲି କହିଛନ୍ତି । ଚାଉଳିଆଗଞ୍ଜ ଥାନା ପୋଲିସ ଯୁବକଙକୁ ଅଟକ ରଖିଥିବା ଜଣାଯାଇଛି । ପୋଲିସ ଏବେ ଭୁବନେଶ୍ବର ର ପଟିଆ ଅଞ୍ଚଳରୁ ଦୁଇ ଦିନ ପୁର୍ବରୁ ଏକ ଏଟିଏମ୍ ରୁ ଚୋରି ହେଇଥିବା ୩୦ ଲକ୍ଷ ଟଙ୍କା ସଂପର୍କରେ ଖେଳତାଡ ଆରମ୍ଭ କରିଛି ଏବଂ ଧରା ପଡ଼ିଥିବା ଲୁଟେରା ସେହି ଲୁଟ ରେ ସମ୍ପୃକ୍ତ ଥିଲା ନା ନାହିଁ ଏ ସମ୍ପର୍କରେ ତଦନ୍ତ ଚଳାଇଛି ପୋଲିସ । (ରଶ୍ମିତା ମହାପାତ୍ର କଟକ)