ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ଭୁବନେଶ୍ବର :- ଏହି ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ୨ଟି ସହର ପୁରୀ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି । ଏହି ୨ଟି ସହରର ୧.୮୦ ଲକ୍ଷ ଲୋକ ଉପକୃତ ହେବେ । ପର୍ଯ୍ୟାୟ କ୍ରମେ ରାଜ୍ୟର ସବୁ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ। ଭୁବନେଶ୍ବର ସାଲିଆ ସାହିରେ ପ୍ରଥମେ ଆରମ୍ଭ ହୋଇଛି । ପୁରୀକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ମଧ୍ୟ ଆରମ୍ଭ ହୋଇଛି ।
ଏହା ଦ୍ବାରା ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ କମିବା ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାର୍ଚ୍ଚ ୨୦୨୨ ସୁଦ୍ଧା ସବୁ ସହରାଞ୍ଚଳରେ ପାଇପ୍ରେ ପାଣି ମିଳିବ । ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ । ଏହା ଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । (ଭୁବନେଶ୍ୱର /ରିପୋର୍ଟ /ସ୍ୱରୂପ ଦାସ୍ )