ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ଆନ୍ଧ୍ର ପ୍ରଦେଶର :- ଗୋଟିଏ ଦିନ ପାଇଁ କଲେକ୍ଟର ହୋଇଛନ୍ତି ୧୬ ବର୍ଷୀୟା ଏମ ଶ୍ରାବଣୀ। ଆନ୍ଧ୍ର ପ୍ରଦେଶର ଅନନ୍ତମପୁରମ ଜିଲ୍ଲାର କଲେକ୍ଟର ଭାବେ ରବିବାର ସେ କାର୍ଯ୍ୟଭାଳ ସମ୍ଭାଳି ଥିଲେ । ସେହି ଦିନ ପ୍ରଥମେ ସେ ଅନୁସୂଚିତ ଜାତି/ଜନଜାତି ଅଧିନିୟମ ଅଧିନରେ ଜଣେ ପୀଡ଼ିତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଦେବା ନେଇ ଫାଇଲକୁ ମଞ୍ଜୁରି ପ୍ରଦାନ କରିଥିଲେ ।
ଏହା ପରେ ମହିଳା ଅଧିକାରୀଙ୍କୁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଅଫସିଆଲ କଲ ବାହାରୁ ରଖାଯାଇଥିବା ଆଦେଶ ଉପରେ ହସ୍ତାକ୍ଷର କଲେ। ଏହା ପରେ ସେ ଟାଉନ ପରିକ୍ରମା କରି ରାସ୍ତା ମରାମତି ପାଇଁ ଆଦେଶ ଦେଲେ। ଏହା ସହ ସେ ମୁନିସପାଲ ବାଳିକା ଉଚ୍ଚବିଦ୍ୟାଳୟରେ ମାଗଣାରେ ସ୍କୁଲ କିଟ୍ ପିଲାମାନଙ୍କୁ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ଜାଣିବା ଲାଗି ପହଞ୍ଚିଲେ। ତେବେ ଶ୍ରାବଣୀ ଇଣ୍ଟରନସନାଲ ଗର୍ଲ ଚାଇଲ୍ଡ ଡେ ଅବସରେ ଦିନକ ପାଇଁ ଏ କାର୍ଯ୍ୟଭାର ସମ୍ଭାଳିବାର