ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) କୁକୁଡାଖଣ୍ଡି :- କୁକୁଡାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଆନ୍ତରଜାତୀୟ ଶିଶୁ କନ୍ୟା ଦିବସ ପାଳନ ହୋଇଥିବା ବେଳେ ରାଜ୍ୟରେ ଅନେକ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବ୍ଲକର ପଞ୍ଚାୟତ ମାନଙ୍କରେ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହାର ମୁଖ୍ୟତଃ କାରଣ କଳିକାଳ ରେ ମା ଗର୍ବରେ ଯଦି ଝିଅ ଜନ୍ମିତ ହେବାର ମା ସୂଚନା ପାଇବା ମାତ୍ରେ କନ୍ୟା କୁ ନେଇ ମା ମନ ବିଚଳିତ ହୋଇ ପୂର୍ବେ ବ୍ରୁଣହତ୍ୟା ବୃଦ୍ଧି ପାଉଥିଲା କିନ୍ତୁ ପୁଅର ଜନ୍ମର ସୂଚନା ପାଇ ବାପା ମା ଙ୍କ ମନରେ ଅନେକ ଆଗ୍ରହ ସୃଷ୍ଟି କରୁଥିବା ଯୋଗୁଁ ଆଜିର ସମାଜରେ ପୁଅ ସଂଖ୍ୟା ଅନେକ ବୃଦ୍ଧି ପାଇଥିବା ବେଳେ କନ୍ୟାସଂଖ୍ୟା କ୍ରମଶଃ ହ୍ରାସ ପାଇବାରୁ ପୁଅ ବିବାହ ବିଳମ୍ବ ହେଉଥିବା ବେଳେ ଅନେକ ଲୋକଙ୍କ ବାହାଘର ସ୍ଥଗିତ ରହୁଥିବା ଅନେକ ଲୋକ ମତପୋଷଣ କରଥାନ୍ତି l
ପୁଅ ପାଇଁ ବାପା ମାଙ୍କ କନ୍ୟା ପସନ୍ଦରେ ବାଧକ ସାଜି ଘୁରିବୁଲନ୍ତି l ଏଥି ସହ କିଛି ଅସାମାଜିକ ବ୍ୟକ୍ତି କୁନି କୁନି ଝିଅଙ୍କୁ ନିର୍ଯାତନା ଦେଇ ଦୁଷ୍କର୍ମ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି l ଏଭଳି କ୍ଷେତ୍ରରେ ସରକାରଙ୍କ ତରଫରୁ କନ୍ୟାର ବୃଦ୍ଧି ସହ ବିକାଶ ଓ ସୁରକ୍ଷା ନଜର ରଖି ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ କରି ସମାଜରେ ଥିବା ଅଗଣିତ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ସମସ୍ତ ବ୍ଲକର ପଞ୍ଚାୟତରେ ଗେଲ୍ହା ଝିଅ କାର୍ଯ୍ୟକ୍ରମ ମାଧ୍ୟମ ରେ ପ୍ରତିବର୍ଷ କନ୍ୟା ସୁରକ୍ଷା ସଚେତନ ପାଳନ କରାଯାଉଛି ଆଜି କୁକୁଡାଖଣ୍ଡି ପଞ୍ଚାୟତ ରେ ସରପଞ୍ଚ ଅଦଲ ଚେନେୟାଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ତଥା ବ୍ଲକ ଶିଶୁ ସମନ୍ୱୟ ଅଧିକାରୀଣି ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଗୀତାଞ୍ଜଳି ରାଉଳ ,ମମତା ପଣ୍ଡା,ସଂଯୁକ୍ତା ମିଶ୍ର,ରିତାମଣି ମଲ୍ଲିକ ସମେତ ବହୁ ପଂଚାୟତ ମେମ୍ବର ବ୍ଲକ କର୍ମଚାରି ଉପସ୍ଥିତ ରେ ସଚେତନ କାର୍ଯ୍ୟ ସଫଳ ହୋଇଥିଲା l (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)