ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ବ୍ରହ୍ମପୁର :- ଲଘୁଚାପ ଜନିତ ଦୁଇ ଦିନ ଧରି ଲଗାଣ ବର୍ଷା ରେ କବିସୂର୍ଯ୍ୟନଗର ସହର ମୁଖ୍ୟ ରାସ୍ତା ରେ ଦୁଇଫୁଟ ର ବର୍ଷା ଜଳ ନିଷ୍କାସନ ହେଉଥିବା ବେଳେ ଯାତାୟାତ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଅନ୍ୟ ପକ୍ଷରେ କବିସୂର୍ଯ୍ୟ ନଗର ଓ ଆସ୍କା ସଂଯୋଗ କରୁଥିବା ଧନେଇ ନଦୀ ପୋଲ ଟି ବହୁ ଦିନର ହେଇଥିବା ହେତୁ ପୋଲ ଭାସି ଯିବା ନେଇ ସହର ବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ କବିସୂର୍ଯ୍ୟନଗର ଏନ ଏ ସି ୱାର୍ଡର 13ନମ୍ବର ଓ 3 ନମ୍ବର ୱାଡ଼ର ବାସିନ୍ଦା ଏବେ ଜଳବନ୍ଦୀ ରେ ରହିଥିବା ଦେଖି ବାକୁମିଳିଛି । ଏହି ଦୁଇଟି ୱାଡ଼ରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ହେତୁ ଏହିପରି ଅବ୍ୟବସ୍ଥା ଭିତରେ ରହିଛନ୍ତି ସାହି ବାସିନ୍ଦା।ପୂର୍ତ୍ତ ଓ କୋଠା ବାଡ଼ି ବିଭାଗ ର ଅଧିନ ରେ ଥିବା ମୁଖ୍ୟ ରାସ୍ତା ନାଳ ରେ ଜଳ ନିଷ୍କାସନ ନ ହେବା ହେତୁ ସହରର ମୁଖ୍ୟ ରାସ୍ତା ରେ ଦୁଇ ରୁ ତିନି ଫୁଟ ଉଚ୍ଚରେ ଜଳ ପ୍ରଭାବିତ ହୋଉଛି ।
ହେଲେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ଥିଲେ ସୁଦ୍ଧା ଠିକାଦାରଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ରାସ୍ତା ନିର୍ମାଣ ଓ ଡ୍ରେନ ତ୍ରୁଟି ପୂର୍ଣ୍ଣ ନିର୍ମାଣ କରି କୋଟି କୋଟି ଟଙ୍କା ହେରଫେର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ସହର ର ଅଧିଷ୍ଠାତ୍ରୀ ଦେବୀ ମା ବନଦେବୀ ମଇଳା ପାଣି ରେ ବୁଡି ରହିଛନ୍ତି । ବନଦେବୀ ମନ୍ଦିର ମୁଖ୍ୟ ରାସ୍ତା, ଆଇବି ଛକ ମୁଖ୍ୟ ରାସ୍ତା ରେ ଦୁଇ ରୁ ତିନି ଫୁଟ ପାଣି ଏମିତି କି ପୂର୍ତ୍ତ ବିଭାଗ ଅଫିସ ଭିତରେ ସହରର ମୁଖ୍ୟ ରାସ୍ତା ର ପାଣି ପଶୁଛି ।ଯଦି ବର୍ଷା ଆହୁରି କିଛି ଦିନ ଧରି ଲାଗି ରହିବ ତାହାଲେ କବିସୂର୍ଯ୍ୟନଗର ବହୁ ଅଂଚଳ ଜଳମଗ୍ନ ହୋଇ ରହିବ ବୋଲି ଆଶା କରାଯାଉଛି । ଏହାକୁ ପୂର୍ତ୍ତ ବିଭାଗ ଗୁରୁତର ସହିତ ନେବା ଆବଶ୍ୟକ ହୋଇପଡିଛି । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)