ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ସୋରଡ଼ା :- ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଗ୍ରାମ ଠାରୁ ଗାଙ୍ଗପୁର ଯିବା ରାସ୍ତା ରେ ଏକ ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ଆଜି ସକାଳୁ କଲଭର୍ଟ ଟି ଜରାଉ ନଦୀ ର ବନ୍ୟାଜଳ ରେ ଧୋଇ ହୋଇଯିବା ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହେଇଯାଇଛି । ପ୍ରକାଶ ଥାଉକି ଗତ ତିତଲି ବନ୍ୟା ରେ ଏଠାକାର ରାସ୍ତା ଧୋଇ ହୋଇଯିବା ଯିବା ଫଳରେ ସେଠାରେ ଏକ ପୋଲ ନିର୍ମାଣ ଚାଲିଛି । ହେଲେ ଆଜି ଯାଏଁ ତାହା ସମ୍ପୂର୍ଣ ହେଇନି । ଲକଡାଉନ କାରଣରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏଭଳି ପରିସ୍ଥିତ ରେ ଗମନାଗମନ କୁ ସ୍ବ।ଭାବିକ କରିବା ପାଇଁ ଏକ ଅସ୍ଥାୟୀ କଲଭର୍ଟ ନିର୍ମାଣ କରାଯାଇଥିଲା ଯାହା ଏବେ ବର୍ଷା ରେ ଧୋଇ ହୋଇଯାଇଛି ।
କଲଭର୍ଟ ଟି ନଷ୍ଟ ହୋଇଯିବା ଫଳରେ ଆଖ ପାଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଗ୍ରାମ ବର୍ତ୍ତମାନ ଅସୁବିଧା ରେ ରହିଛନ୍ତି । ଜଳ ସ୍ତର ବଢ଼ୁଥିବା ଯୋଗୁଁ ହଠାତ କୌଣସି ପଦକ୍ଷେପ ନେବା ସମ୍ଭବ ହେଉନି । ବଡଗଡ ରୁ ବର୍ତ୍ତମାନ ବ୍ରହ୍ମପୁର, ଶେରଗଡ଼, ,ହିଂଜିଲିକାଟୁ, ଭବନେଶ୍ୱର କୁ ଯୋଗାଯୋଗ ରୁ ବିଛିନ୍ନ ରହିଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ବଡଗଡ ଓ ଅଖାପାଖ ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଧ ଗ୍ରାମ ସ୍ୱାସ୍ଥ୍ୟ ସେବା ପାଇଁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିର୍ଭରଶୀଳ ଥିବା ବେଳେ,କଲଭର୍ଟ ଭାଙ୍ଗିଯିବା ଯିବା ଯୋଗୁଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବାରେ ସମ୍ଭାବନା ଦେଖାଦେଇଛି । ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ଗମନାଗମନ ର ସୁବିଧା କରାଇଲେ ୫୦ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)