ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବିଜେପୁର ବିଧାୟିକା ରୀତା ସାହୁ ଆଜି ବରପାଲି ଏନ୍ ଏ ସିର ୩ ନମ୍ବର ଓ୍ବ।ର୍ଡ ଠାରେ ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଙ୍କ ଯୋଜନା ମୁତାବକ ସହରାଞ୍ଚଳ ରେ ଥିବା ଭୂମିହୀନଙ୍କୁ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରଦାନ ମୂଳ ଲକ୍ଷ। ରାଜ୍ୟ ଗୃହ ନିର୍ମାଣ ଓ ସହର ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଗତକାଲି ବିଧାୟିକା ରୀତା ସାହୁ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା ।
ଆଜି ଦ୍ୱିତୀୟ ଦିନ ରେ ଶତାଧିକ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ପ୍ରମୋଦ ମେହେର, ଯୁବ ବିଜେଡି ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)