ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) କଟକ, ମାହାଙ୍ଗା :- ପୂର୍ବତନ ବାଚସ୍ପତି ତଥା ମାହାଙ୍ଗାର କର୍ମବୀର ସ୍ବର୍ଗତ ଶରତ କରଙ୍କ ବିୟୋଗରେ ଆଜି ତାଙ୍କର କର୍ମସ୍ଥଳ କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁଆଁପାଳ ଠାରେ ଶରତ କର ସ୍ମୃତି କମିଟି ଓ କୁଆଁପାଳ ବଜାର କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି , ବଜାର କମିଟି ର ଉପଦେଷ୍ଟା ଶିକ୍ଷାବିତ ଅଭୟ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ, ସାହିତ୍ୟିକ ଭକ୍ତ ଚରଣ ସାହୁ, ରାମଚନ୍ଦ୍ର ବେହେରା
, ଶିକ୍ଷାବିତ ଭାବଗ୍ରାହୀ ରାଉତ, ପ୍ରଶାନ୍ତ ପଟନାୟକ, ରୁଦ୍ରନାରାୟଣ ସିଂହ, ରାମଚନ୍ଦ୍ର ବେହେରା, ଡ଼ଃ ଭୁବନାନନ୍ଦ ସାହୁ ନିରଞ୍ଜନ ସ୍ୱାଇଁ, ବିଶେଶ୍ୱର ମହାନ୍ତି ନାଟ୍ୟକାର ମନୋଜ ପଣ୍ଡା, ସୁବାସ ବେହେରା, ସମାଜ ସେବି ଦେବରଞ୍ଜନ ମହାନ୍ତି, ଆଇନୀଜୀବୀ ଦୀପକ ମହାନ୍ତି, ସମେତ ବହୁ ଆନୁଗତ୍ୟ ଶରତ ପ୍ରେମୀ ଯୋଗଦେଇ ସେ ରାଜ୍ୟ ରାଜନୀତିର ଅନ୍ୟତମ ବାଗ୍ମୀ ପ୍ରତିଭାଧର ଥିଲେ ।
ସ୍ୱର୍ଗତ କର ମାହାଙ୍ଗା ଅଂଚଳରେ ନିଜର ବଦାନ୍ୟତା ପାଇଁ ଘରେ ଘରେ ସୁପରିଚ ଥିଲେ । ଜଣେ ବିଶିଷ୍ଟ ଶିକ୍ଷାବିତ୍ , ସାହିତ୍ୟିକ , ସଂଗ୍ରାମୀ ନେତା , ସୁବକ୍ତା ଭାବରେ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରି ମାହାଙ୍ଗା ପାଇଁ ଯେଉଁ ଗୌରବ ଆଣିଦେଇଛନ୍ତି ତାହା ଚିର ଅବିସ୍ମରଣୀୟ । ମାହାଙ୍ଗା ଅଂଚଳର ବିକାଶ ପାଇଁ ତାଙ୍କର ଅବଦାନ ସବୁଦିନ ମନେ ରହିବ ବୋଲି କହିଥିଲେ ।
ଏଥିରେ କୁଆଁପାଳ ବଜାର କମିଟିର ସଭ୍ୟ ଯାଦବ ଚନ୍ଦ୍ର ଦାଶ , ଆଲୋକ ବାରିକ, ବଟକୃଷ୍ଣ ସାମଲ, ରମେଶ ସାମଲ, ସୁରେଶ ପ୍ରଧାନ, ରମେଶ ପ୍ରଧାନ , ଅମୀୟ ନାୟକ, କହେଁଇ ଦାସ, ନିରଞ୍ଜନ ବିଶ୍ୱାଳ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରିଥିଲେ । (ମାହାଙ୍ଗା /ଲଷ୍ମୀଧର ଖୁଣ୍ଟିଆ )