ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫେରେନ୍ସ ହଲ ଠାରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ:ଶ୍ରୀନିବାସ ସାହୁ ଉପସ୍ଥିତ ରହି ବିଶ୍ୱ ଅଣ୍ଡା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତ ରଖିଥିଲେ । ଅଣ୍ଡା ର ଉପାଦେୟତା ପାଇଁ ସଚେତନତା କରାଇବା ଜରୁରୀ କାରଣ ଅଣ୍ଡା ଗୋଟିଏ ସଂପୂର୍ଣ୍ଣ ଖାଦ୍ୟ, ପ୍ରତି ଅଣ୍ଡାରେ ୬ ଗ୍ରାମ ପୁଷ୍ଟିସାର ,୧୪ ପ୍ରକାର ଭିଟାମାଟି ଓ ମିନେରାଲ ଭରପୂର ରହିଛି। ଭିଟାମିନ ଏ ଡି ଇ ଏବଂ କ୍ୟାଲସିୟମ, ଆୟୋଡିନ ସେଲେନିୟମ ଖାଦ୍ୟସାର ପ୍ରଚୁର ପରିମାଣରେ ଅଛି . ଆମେ ମାନେ ଯେତେ ବେଳେ ସୁନ୍ଦର ସ୍ୱାସ୍ଥ୍ୟ ଚିନ୍ତା କରୁ ସେତେବେଳେ ଗୋଟିଏ ସୁଷମଖ୍ୟାଦ୍ୟର ପରିକଳ୍ପନା ଆମ ମନକୁ ଆସେ . ସୁଷମ ଖ୍ୟାଦ୍ୟ ଶରୀରର ରୋଗ
ପ୍ରତିରୋଧକ ଶକ୍ତି ପାଇଁ ଅପରିହାର୍ଯ୍ୟ ଅଟେ ବୋଲି ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡ:ପ୍ରଶାନ୍ତ କୁମାରସାମଲ , ଏଡିଭିଓ ଡ: ଅଭିଜିତ ମିଶ୍ର, ନୋଡ଼ାଲ ଅଫିସର ଡ:ଶୁଭ ବିକାଶ ମଲିକ , ବିଭିଓ ଡ:ଅରବିନ୍ଦ ବେହେରା, ଏଡିଭିଓ ଡ: ବି ଉଦୟ କୁମାର, ଡେପୁଟିଡାରେକ୍ଟର ଭେଟନାରୀ ହସ୍ପିଟାଲ ଡ:ଲିପିଲେଖା ସ୍ବାଇଁ, ଏଭିଏସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀର ଚିଡିଭିଓ ଅଫିସର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହିଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପ୍ରଶଂସା କରିଛନ୍ତି । ଯାହା ଦ୍ୱାରା ସରକାରଙ୍କର ବିଭାଗ ପକ୍ଷରୁ ହେଉଥିବା ଯୋଜନା ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହୋଇ ପାରୁଛି ( ଗରୁଡ଼ ଧ୍ଵଜ ଚୌଧୁରୀ )