ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ସହରର ଦୈନନ୍ଦିନ ଜୀବନରେ ବସ୍ତିବାସିନ୍ଦାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ଗ୍ରହଣ କରି ମୋ ସରକାର ଜାଗା ମିଶନ୍ ଯୋଜନାରେ ସେମାନଙ୍କୁ ସହରରେ ବାସୋପଯୋଗୀ ଜମି ଅଧିକାର ପ୍ରଦାନ କାର୍ଯ୍ୟ ଜାରି ରହିଛି । ଏହି ଯୋଜନାରେ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୌର କାର୍ଯ୍ୟାଳୟ ପକ୍ଷରୁ ୧ନଂ ୱାର୍ଡ଼ ସ୍ଥିତ କାଠଗଡା ନୂଆସାହି ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର
ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ପୌର କାର୍ଯ୍ୟାଳୟର ଟାକ୍ସ୍ କଲେକ୍ଟର ଶ୍ରୀ ପ୍ରଶାନ୍ତ ଜେନା ସମୁଦାୟ ୮୭ ଜଣ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଯୁବ ସମାଜସେବୀ ବିଭୁତି ଷେଣ୍ଢ,ବସ୍ତିର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ରୀତାରାଣୀ ସିଂହ, ସୁଜାତା ମିଶ୍ର,ଗୀତା ପରିଡ଼ା ଓ ଅନ୍ୟାନ୍ୟ ସାମାଜିକ ଦୂରତା ଅନୁପାଳନ ପୂର୍ବକ ଉପସ୍ଥିତ ଥିଲେ । (ରିପୋର୍ଟ୍ ଅମର ରଞ୍ଜନ ଦାସ)