ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ :- ଶାସକ ପ୍ରଶାସକଙ୍କ ଦୌରାତ୍ମ୍ଯ ଭିତରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ଶାସକ ଦଳର ନାଲି ଆଖି ଦେଖାଇ ଧମକାଇ ଚୁପ୍ ବସିବା ପାଇଁ ପ୍ରେସର କରାଯାଉଛି । କାରଣ ତାଙ୍କର ପତିଆରା ଧିରେ ଧିରେ ବଢିବାକୁ ଲାଗୁଛି ଯାହାକି ଶାସକ ଦଳର ହଜମ ହେଉନାହିଁ । ଏତିକିବେଳେ ନିଜେ ଜିତିଥିବା ବିଜେପି ଦଳ ମଧ୍ୟ ତାଙ୍କ ସାଥ ଦେଉନାହିଁ । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି କି ଅପରାଜିତା ମାଡାମ ସମସ୍ତଙ୍କଠାରୁ ଦୁଇ କଦମ ଆଗକୁ ଚାଲିଯାଇଛନ୍ତି । ଏମିତିରେ ସିଏ ପ୍ରଶାସକ ଥିଲାବେଳେ ଓଡ଼ିଶାରେ ତାଙ୍କର ବେଶ ସୁନାମ ରହିଛି ।
ତାପରେ ବିଜେପିର କେନ୍ଦ୍ରିୟ ଟିମ ପାଖରେ ତାଙ୍କର ଭଲ ଚେହେରା ଥିବାରୁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପ୍ରଶାସନକାଳରେ ବେଶ ଭଲ କାମ କରି ପାରିବା ପଣିଆ ଦେଖାଇ ପ୍ରଂଶସା ସାଉଁଟି ଥିଲେ । ଏହା ପରେ ନିଜ ଇଛାରେ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ଦଳ ପକ୍ଷରୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଭାବେ ଟିକେଟ୍ ପାଇ 2019 ନିର୍ବାଚନ ରଣାଙ୍ଗନରେ ରଣନୀତି ଆପଣାଇ ନିର୍ବାଚିତ ହେଲେ । ସବୁଠାରୁ ବଡ କଥା ପ୍ରଥମ ଥର ଛିଡା ହୋଇ ବିଜେଡିର ଏତେ ପତିଆରା ଥାଇ ତାଙ୍କ ବିପକ୍ଷରେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କ ଭଳି ପ୍ରାର୍ଥୀ ଛିଡା ହୋଇ ମଧ୍ୟ ଅପରାଜିତା ମାଡାମ ଜିତାପଟ ମାରିନେଲେ । ଏହା ମଧ୍ୟ ସମସ୍ତଙ୍କୁ ହଜମ ହେଲା ନାହିଁ ।
ଏବେ ଏବେ ପୁଣି ବିଜେପିର ଜାତୀୟ ପ୍ରବକ୍ତା ଭାବେ ମନୋନୀତ ହେଲା ପରେ ସମସ୍ତଙ୍କ ଇର୍ଷା ଆଉ ଆକ୍ରୋଶର ଶୀକାର ହୋଇଛନ୍ତି । ଯାହାର ପ୍ରତିକ୍ରିୟା ତଥା ପ୍ରତିଫଳନ ଏବେ ଦେଖିବାକୁ ମିଳିଲା କି ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ସିଲ କରାଗଲା । ସେଥିରେ ସିଏ ବିଚଳିତ ନହୋଇ ତାଙ୍କର କାର୍ଯ୍ୟଳୟକୁ କହିଥିବା ଅନୁସାରେ ରାଜରାସ୍ତାରେ ଆରମ୍ଭ କରି ଜନଶୁଣାଣି କରିଥିଲେ । ସିଏ ଜଣେ ନାରୀ ହୋଇ ମଧ୍ୟ ସାରା ଦୁନିଆ ଆଗରେ ଦେଖାଇ ଦେଲେ ନାରୀ ଅବଳା କି ଦୁର୍ବଳା ନୁହେଁ । ନାରୀ ବି ଲକ୍ଷ୍ମୀବାଇ ଭଳି ସବୁଠାରୁ ଶକ୍ତିଶାଳୀ । (ଭୁବନେଶ୍ୱର /ରିପୋର୍ଟ /ସ୍ୱରୂପ ଦାସ୍ )